ମାଲକାନଗିରି: ବ୍ୟବସାୟୀଙ୍କଠାରୁ ୬ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜଣେ ବ୍ୟବସାୟୀଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସାମବାର ମଧାହ୍ନ ପ୍ରାୟ ୩ଟା ସମୟରେ ମାଲକାନଗିରି ସଦର ମହକୁମାସ୍ଥିତ ଆଇଏମ ଏସଟି ଛକ ନିକଟରେ ଥିବା ଗୋପାଳ କ୍ରିଷ୍ଣା ହାର୍ଡୱେର ଦୋକାନର କାମ କରୁଥିବା ମ୍ୟାନେଜର ରବି ପ୍ରଧାନ ୬ଲକ୍ଷ ଟଙ୍କା ଧରି ବ୍ୟାଙ୍କ ଯାଉଥିଲେ।

ସ୍ଥାନୀୟ ପିଡବ୍ଲୁଡି ଅଫିସ ନିକଟରେ ଏକ ଅପାଚି ବାଇକରେ ୨ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ରବୀଙ୍କୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ ମାରିବା ସହ ଛୁରୀ ଦେଖାଇ ତାଙ୍କ ଠାରୁ ୬ ଲକ୍ଷ ଟଙ୍କା ନେଇ ପଳାଇଥିଲେ। ଏ ସଂକ୍ରାନ୍ତରେ ମାଲକାନଗିରି ଥାନାରେ ଅଭିଯୋଗ ହେବାପରେ ଆଇଆଇସି ରାମପ୍ରସାଦ ନାଗ ଘଟଣାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ କୌଣସି ସନ୍ଧାନ ମିଳିନାହିଁ। ତେବେ ପିଡବ୍ଲୁଡି କାର୍ଯ୍ୟଳୟ ସମ୍ମୁଖରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.