ଏହି ଭୁଲ୍‌ ଯୋଗୁ ଜୀବନରେ କେବେ ବି ମିଳେନି ସଫଳତା, ଜାଣନ୍ତୁ ଶାସ୍ତ୍ରାନୁସାରେ ସଫଳତାର ମନ୍ତ୍ର କ’ଣ?

ମନର ଆଶା ଓ ଇଚ୍ଛା ପୂରଣକୁ ସଫଳତା କୁହାଯାଏ। ସଫଳତା ଅନେକ ପ୍ରକାରର। କିନ୍ତୁ କିଛି ଲୋକ କେବଳ ଅର୍ଥ ରୋଜଗାରକୁ ସଫଳତା ଭାବିଥାନ୍ତି, ଯାହା କି ଠିକ୍‌ ନୁହେଁ। ବୌଦ୍ଧିକ ରୂପରେ ସମୃଦ୍ଧ ହେବା ମଧ୍ୟ ଏକ ପ୍ରକାରର ସଫଳତା। ଯେଉଁ ବ୍ୟକ୍ତି ମାନସିକ ଭାବେ ସମୃଦ୍ଧ, ସେ ସହଜରେ ଅନ୍ୟ ସଫଳତା ମଧ୍ୟ ଲାଭ କରିପାରେ।

କଦାପି ଏହି ଭୁଲ୍ କରନ୍ତୁ ନାହିଁ:

ଶାସ୍ତ୍ରାନୁସାରେ, ଯେଉଁମାନେ ସଫଳତା ପାଇବାକୁ ଚାହାନ୍ତି, ସେମାନେ କେତୋଟି ଭୁଲ କଦାପି କରିବା ଉଚିତ ନୁହେଁ। ସର୍ବପ୍ରଥମେ, କେବେ ବି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। କାରଣ ସବୁବେଳେ କଠିନ ପରିଶ୍ରମ ପରେ ସଫଳତା ମିଳିନଥାଏ। ବେଳେବେଳେ ଏହା ଆମକୁ ଅନୁଭବ ହିସାବରେ ଆଗକୁ ବଢ଼ିବାରେ ସାହାଯ୍ୟ କରେ। ଏହି ସମୟ ହୋଇଥାଏ ଧୈର୍ଯ୍ୟ ଆଉ ପରୀକ୍ଷାର ସମୟ। ଆପଣଙ୍କୁ ଏହି ସମୟକୁ ପାର କରିବା ପରେ ହଁ ସଫଳତା ମିଳିବ।

ସଫଳତା ପାଇବାକୁ କେବେ ବି ଭୁଲ୍ ଉପାୟ ଆପଣାନ୍ତୁ ନାହିଁ। କାରଣ ଭୁଲ୍‌ ସବୁବେଳେ ଭୁଲ୍‌। ଯେଉଁ କାର୍ଯ୍ୟର ଆରମ୍ଭ ଭୁଲ୍‌, ତାହା ଶେଷ ଯାଏଁ ଭୁଲ୍‌ ହିଁ ରହିଥାଏ। ଏଣୁ କେବେ ବି ମିଛ କହି ସଫଳ ହେବା କଥା ଚିନ୍ତା ବି କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.