ମାଟ୍ରିକ ପରୀକ୍ଷାରେ କପି ନେଇ ବୋର୍ଡର କାର୍ଯ୍ୟାନୁଷ୍ଠାନ,୩ଟି ସେଣ୍ଟରର ଇଂରାଜୀ ପରୀକ୍ଷା ବାତିଲ୍‌

ମାଟ୍ରିକ ପରୀକ୍ଷାରେ ବ୍ୟାପକ କପି ନେଇ ମାଧ୍ୟମିକ ଶିକ୍ଷା ବୋର୍ଡର କାର୍ଯ୍ୟାନୁଷ୍ଠାନ। ୩ଟି ସେଣ୍ଟରର ଇଂରାଜୀ ପରୀକ୍ଷା ବାତିଲ୍‌ ପାଇଁ ନିଷ୍ପତ୍ତି ନେଇଛି ବୋର୍ଡ। ଏହି ସ୍କୁଲ ଗୁଡ଼ିକ ହେଲା କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ହାଇସ୍କୁଲ, ବଲାଙ୍ଗିରର ଘୁମ୍‌ସାର ହାଇସ୍କୁଲ ଓ ଢେଙ୍କାନାଳର ପଳାସପିଠିଆ ପଞ୍ଚାୟତରାଜ ହାଇସ୍କୁଲ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ। ଆସନ୍ତା ସାତଦିନ ମଧ୍ୟରେ ତଦନ୍ତ କରାଯାଇ ରିପୋର୍ଟ ଦେବା ପାଇଁ ବୋର୍ଡ ପକ୍ଷରୁ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇଂରାଜୀ ପରୀକ୍ଷା ବେଳେ ଏହି ସେଣ୍ଟରମାନଙ୍କରେ ବ୍ୟାପକ କପି ନେଇ ଭିଡିଓ ପ୍ରସାରିତ ହୋଇଥିଲା।