Below header

୧୯’ରେ ଭୁବନେଶ୍ୱର ଲୋକସଭା ଆସନ ଦେଖିବ ରୋଚକ ଲଢ଼େଇ ! ବିଜେପିରୁ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଜେଡିରୁ କାହାକୁ ମିଳିବ ଟିକେଟ ?

ଭୁବନେଶ୍ୱର : ଫୋକସରେ ଭୁବନେଶ୍ୱର ଲୋକସଭା ଆସନ । ଏହି ଆସନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତା ଉପରେ ରହିଛି ନଜର । ପ୍ରଶାସିକାରୁ ପଲିଟିସିଆନ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ବିଜେପିରୁ ପ୍ରାର୍ଥୀ ହେବା ଏକପ୍ରକାର ଚୂଡ଼ାନ୍ତ । ଯଦିଓ ବିଏମସି କମିଶନର ଭାବେ ଅପରାଜିତାଙ୍କର ଅଭିଜ୍ଞତା ରହିଛି ଓ ବିଭିନ୍ନ ସ୍ଥାନରେ ସେ କ୍ୟାମ୍ପେନିଂ ଚଳାଇଛନ୍ତି ତଥାପି ତାଙ୍କ ପାଇଁ ରହିଛି ବଡ଼ ଚ୍ୟାଲେଞ୍ଜ । ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ସବୁ ବିଧାନସଭା କ୍ଷେତ୍ରରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ସମର୍ଥନ ପାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ସେହିପରି ଅପରାଜିତା ବିଜୟୀ ହେଲେ କେନ୍ଦ୍ରରେ ତାଙ୍କୁ ଅଧିକ ଗୁରୁତ୍ୱ ମିଳିବାର ସମ୍ଭାବନା ଥିବାରୁ ଦଳର ଗୋଟିଏ ଗୋଷ୍ଠୀ ତାଙ୍କୁ ସମର୍ଥନ ଦେବାକୁ କୁଣ୍ଠାବୋଧ କରୁଥିବା ଚର୍ଚ୍ଚା ହେଉଛି ।

୨୦୧୪ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ । ପାଟ୍ଟଶାଣୀଙ୍କୁ ମିଳିଥିଲା ୪ ଲକ୍ଷ ୩୯ ହଜାର ୨୫୨ ଭୋଟ । ସେହିପରି ବିଜେପି ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ୨ଲକ୍ଷ ୪୯ ହଜାର ୭୭୫ଟି ଭୋଟ ଓ କଂଗ୍ରେସ ପ୍ରାର୍ଥୀ ବିଜୟ ମହାନ୍ତି ୧ ଲକ୍ଷ ୪୫ହଜାର ୭୮୩ଟି ଭୋଟ ପାଇଥିଲେ । ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡିରୁ କିଏ ହେବେ ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ନାଁ ଅରୁପ ପଟ୍ଟନାୟକ ଏହାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ଏବେ ବିଜୁ ଯୁବ ବାହିନୀ ଦାୟିତ୍ୱରେ ଅଛନ୍ତି । ତାଙ୍କୁ ଟିକେଟ ମିଳିପାରେ ବୋଲି କୁହାଯାଉଛି । କଂଗ୍ରେସ ଏଠାରେ କାହାକୁ ପ୍ରାର୍ଥୀ କରିବ ସେନେଇ ନିଷ୍ପତ୍ତି ନେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.