କୋଟିଏ ୩୦ ଲକ୍ଷର ବ୍ରାଉନସୁଗର ଜବତ କଲା STF, ଜଣେ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): କୋଟିଏ ୩୦ ଲକ୍ଷର ବ୍ରାଉନସୁଗର ଜବତ, ଜଣେ ଗିରଫ । STF କବ୍‌ଜାରେ ବ୍ରାଉନସୁଗର ବେପାରୀ । ୧୩୮୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି। ଗିରଫ ବେପାରୀ ହେଲେ ଏସ.କେ ରଫିକ୍‌ ଓରଫ ରୁଗା । ବାଲେଶ୍ୱର ପୋଲିସ ସହାୟତାରେ ବାଲେଶ୍ୱର ଅରଡ ବଜାର ସ୍ଥିତ ମସଜିଦ ଗଳିରୁ ଜବତ କଲା ଏସ୍‌ଟିଏଫ୍‌।

ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଓଡ଼ିଶାରେ ବିକ୍ରି କରୁଥିଲା ଏସ.କେ ରଫିକ୍‌ । ରଫିକ୍‌ର ଘର ପଶ୍ଚିମବଙ୍ଗ ପଞ୍ଚକୁଲା ଅଞ୍ଚଳରେ। ୨୦୨୦ରୁ ଡ୍ରଗ୍ସ ବିରୋଧରେ ସ୍ପେଶାଲ ଡ୍ରାଇଭ ଚଳାଇଛି ଏସ୍‌ଟିଏଫ୍‌। ଏ ଯାଏ ୫୭ କେଜି ବ୍ରାଉନସୁଗର ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.