ମହାପୁରୁଷ ହାଡିଦାସ କଲେଜରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗକୁ ନେଇ ନୀରବ ପ୍ରତିବାଦ ଓ ଧାରଣା

ଯାଜପୁର(କେ ନ୍ୟୁଜ) : ଯାଜପୁର ଜିଲ୍ଲା ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରାମଚନ୍ଦ୍ର ଦାସଙ୍କ ଉତ୍ତରାଧିକାରୀ ତଥା ଛତିଆ ବଟର ମଣିମା ପ୍ରଦ୍ୟୁମ୍ନ କୁମାର ଦାସ । ଛତିଆ ବଟ ପରିସରରୁ ମଣିମା ଓ ତାଙ୍କର ହଜାର ହଜାର ସମର୍ଥକମାନେ ଏକ ଶୋଭାଯାତ୍ରାରେ ବାହାରି ଛତିଆ ବଜାର ପରିକ୍ରମା କରିବା ସହ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ନୀରବ ପ୍ରତିବାଦ ଓ ଧାରଣାରେ ବସି ରହିଛନ୍ତି ।

jajpur 1

ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ମହାବିଦ୍ୟାଳୟର ୟୁଜିସି ପାଣ୍ଠିରୁ ଆସିଥିବା କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଛତିଆ ବଟର ମଣିମା ପ୍ରଦ୍ୟୁମ୍ନ କୁମାର ଦାସ । ଏପରିକି ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରାମଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି କଲେଜ ପରିସରରେ ନିର୍ମାଣ ହୋଇଥିଲେ ମଧ୍ୟ କଲେଜର ରେକର୍ଡଭୁକ୍ତ ହୋଇନଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ।

ଏନେଇ ମଣିମା ଭାରତର ରାଷ୍ଟ୍ର ତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଓଡିଶାର ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତେବେ କୈାଣସି ପଦକ୍ଷେପ ନିଆଯାଉନଥିବାରୁ ବାଧ୍ୟ ହୋଇ ମଣିମା ପ୍ରଦ୍ୟୁମ୍ନ ଓ ତାଙ୍କର ହଜାର ହଜାର
ସମର୍ଥକ ଏହାର ଦୃଢ ପ୍ରତିବାଦ କରିବା ସହ ଏହାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷରେ କଲେଜରେ ଦୁର୍ନୀତି ହୋଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ପରିଚାଳନା କମିଟି ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.