ବିଜେପୁର ଉପନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ୧୭ରେ କରିବେ ପ୍ରଚାର

ବରଗଡ(କେନ୍ୟୁଜ୍):  ବିଜେପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ୧୭ ତାରିଖରେ ରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ବରପାଲି, ବିଜେପୁର, ଗାଇସିଲଟ ବ୍ଲକରେ କରିବେ ରୋଡ ସୋ’। ୧୭ ରାତିରେ ବରଗଡ଼ରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮ ତାରିଖରେ ଗାଇସିଲଟ ବ୍ଲକରେ ରୋଡ ସୋ’ କରିବେ ନବୀନ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ।