ସାଇକେଲରେ ଅଫିସ ଗଲେ ମିଳୁଛି ପ୍ରୋତ୍ସାହନ ରାଶି, ଜାଣନ୍ତୁ ଏହି ଦେଶରେ ଚାଲିଛି ଏପରି ବ୍ୟବସ୍ଥା

ଆପଣଙ୍କୁ ଯଦି ସାଇକେଲରେ ଅଫିସ ଯିବାକୁ କୁହାଯାଏ, ତେବେ ଆପଣ ନିଶ୍ଚିତ ଭାବେ ଅମଙ୍ଗ ହେବେ। ଆଜିକାଲି ସମସ୍ତେ ବାଇକ୍ କିମ୍ବା କାର ଧରି ଷ୍ଟାଇଲ ମାରିବାକୁ ପସନ୍ଦ କରୁଛନ୍ତି। ଏହାର ଧୂଆଁ ପରିବେଶ ପାଇଁ ବିପଦ ଆଣୁଥିବା କଥା ସମସ୍ତେ ଜାଣି ମଧ୍ୟ ଏହାକୁ କେହି ଖାତିର କରୁନାହାନ୍ତି। କିନ୍ତୁ ନେଦରଲାଣ୍ଡସ୍ ସରକାର ସାଇକେଲରେ ଯାତାୟାତକୁ ଗୁରୁତ୍ୱ ଦେଉଛନ୍ତି।
ଏଥିପାଇଁ ସାଇକେଲରେ ଅଫିସକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳେ ଅଲଗା ପ୍ରୋତ୍ସାହନ ରାଶି। ସେଥିପାଇଁ ଏଠାରେ ଅଧିକାଂଶ ଲୋକେ ସାଇକେଲରେ ଅଫିସ ଯିବାକୁ ପସନ୍ଦ କରିଥାଆନ୍ତି। ସାଇକେଲରେ ଯାଉଥିବା କର୍ମଚାରୀଙ୍କୁ କିଲୋମିଟିର ପିଛା ୧୬ଟଙ୍କା ମିଳିଥାଏ। ଏହା ପୁଣି କରମୁକ୍ତ।
ତେବେ ଏହି ଟଙ୍କା କର୍ମଚାରୀ ଜଣଙ୍କ କାମ କରୁଥିବା କମ୍ପାନୀ ପକ୍ଷରୁ ଦିଆଯାଇଥାଏ। ସେଥିପାଇଁ ଏଠାକାର ଅଧିକାଂଶ ଲୋକ ସାଇକେଲରେ ଅଫିସ ଯିବାକୁ ପସନ୍ଦ କରିଥାଆନ୍ତି। ସରକାରଙ୍କ ପକ୍ଷରୁ ସୂଚିତ କରାଯାଇଛି ଯେ, ସାଇକେଲ ଚଲାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ପିରବେଶ ମଧ୍ୟ ପ୍ରଦୂଷିତ ହୁଏନାହିଁ। ଏନ୍ୟପଟେ ଏକ ଗବେଷଣାରୁ ଜଣାଯାଏ ଯେ ଏଠାରେ ସାଇକେଲ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଅଧିକ।