ଶ୍ରୀମନ୍ଦିରରେ ଅଘଟଣ, ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର

ଶ୍ରୀମନ୍ଦିରରେ ଅଘଟଣ । ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର । ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ଆଜି ଭୋରରୁ ଖସିଲା ପଥର । ୫ ଇଞ୍ଚ ଓସାର ଏବଂ ୧୦ ଇଞ୍ଚ ଲମ୍ବର ପଥର ଖସିଥିବା ସୂଚନା ମିଳିଛି ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ଅଘଟଣ । ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର । ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ଆଜି ଭୋରରୁ ଖସିଲା ପଥର । ୫ ଇଞ୍ଚ ଓସାର ଏବଂ ୧୦ ଇଞ୍ଚ ଲମ୍ବର ପଥର ଖସିଥିବା ସୂଚନା ମିଳିଛି । କେବଳ ଏକାଦଶୀ ମନ୍ଦିର ଟିଣ ଉପରେ ପଡ଼ିଥିବାରୁ ଟିଣ ଭାଙ୍ଗିବା ସହ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଥିବାବେଳେ, ପଥରଟି କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ସେପଟେ କିଛି ଲୋକ ଏହି ଘଟଣାକୁ ନେଇ ବିଭିନ୍ନ ମତ ଦେଉଛନ୍ତି । କିଏ କହୁଛି ବଡ଼ ଦେଉଳରୁ ପଖର ଖସିବା ହେଉଛି ଆଗକୁ କିଛି ବିପଦ ଆସିପାରେ । ଆଉ କିଛି ହେତୁବାଦୀ ଏହାକୁ ଖଣ୍ଡନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଏତେ ବର୍ଷର ପୁରୁଣା ମନ୍ଦିର ତେବେ କୌଣସି କାରଣରୁ ବି ମନ୍ଦିରରୁ ପଥର ଖସିଥାଇ ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.