ଜୀବନ ବଞ୍ଚାଇବାକୁ ଦୌଡୁଥିଲେ ମହିଳା, ଶୁଣ୍ଢରେ ଟାଣି ନେଇ କଚାଡି ମାରିଲା ଦନ୍ତା

ମହିଳାଙ୍କୁ କଚାଡି ମାରିଲା ଦନ୍ତାହାତୀ । ପରିବାର ଲୋକଙ୍କ ଆଖି ଆଗରେ ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ କୁସୁମୁଣ୍ଡି ଗ୍ରାମର ପୁଣ୍ଡୁପୋଖରୀ ସାହିରେ ଘଟିଛି ଏହି ଅଘଟଣ । ମୃତ ମହିଳା ହେଲେ ଉଷୁମୁଣ୍ଡି ଗାଁର ଇତ ୱାରୀ ବଦ୍ରା।

ବଣାଇ (କେନ୍ୟୁଜ): ମହିଳାଙ୍କୁ କଚାଡି ମାରିଲା ଦନ୍ତାହାତୀ । ପରିବାର ଲୋକଙ୍କ ଆଖି ଆଗରେ ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ କୁସୁମୁଣ୍ଡି ଗ୍ରାମର ପୁଣ୍ଡୁପୋଖରୀ ସାହିରେ ଘଟିଛି ଏହି ଅଘଟଣ । ମୃତ ମହିଳା ହେଲେ ଉଷୁମୁଣ୍ଡି ଗାଁର ଇତ ୱାରୀ ବଦ୍ରା।

ଖବର ଅନୁଯାୟୀ ଗତକାଲି ଖାଦ୍ୟ ଅନ୍ୱେଷଣରେ ଗାଁକୁ ହାତୀ ପଲ ପଶି ଆସିଥିଲେ। ଗ୍ରାମବାସୀ ହାତୀକୁ ଘଉଡାଇବା ବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ପଳାଉଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ବନ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.