Below header

ବିଜେଡି ଛାଡିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା

ବିଜେଡି ଛାଡିଲେ ବାଲେଶ୍ଵର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ରେମୁଣା ନିର୍ବାଚନ ମଣ୍ଡଳୀ ଗଠନ ପରେ ପ୍ରଥମ ଥର ୨୦୦୯ ନିର୍ବାଚନରେ ସେ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ମିଳି ନଥିଲା।

ବାଲେଶ୍ଵର (କେନ୍ୟୁଜ): ବିଜେଡି ଛାଡିଲେ ବାଲେଶ୍ଵର ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ରେମୁଣା ନିର୍ବାଚନ ମଣ୍ଡଳୀ ଗଠନ ପରେ ପ୍ରଥମ ଥର ୨୦୦୯ ନିର୍ବାଚନରେ ସେ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ମିଳି ନଥିଲା । ଆଗକୁ ନିର୍ବାଚନ ଥିବା ବେଳେ ସୁଦର୍ଶନ ଜେନା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚାହେଉଛି । ଆଗାମୀ ଦିନରେ ପ୍ରତ୍ୟକ୍ଷ ରାଜନୀତିରେ ରହି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ତେବେ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ଓ ନିଜର ରାଜନୈତିକ ଭବିଷ୍ୟତ ନେଇ ସେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.