ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ବାହାରେ ଅଭାବନୀୟ ଦୃଶ୍ୟ, ଦୁଇ ଶିଶୁଙ୍କ ମୃତଦେହକୁ ଝୁଣି ଖାଉଛନ୍ତି କୁକୁର

ବାଲେଶ୍ଵର(କେନ୍ଯୁଜ୍): ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଅଭାବନୀୟ ଦୃଶ୍ୟ । ଗର୍ଭରେ ନଷ୍ଟ ହୋଇଯାଇଥିବା ଦୁଇ ଶିଶୁଙ୍କ ମୃତ ଦେହକୁ ଝୁଣି ଖାଉଛି କୁକୁର । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ସିଦ୍ଧି ବିନାୟକ ମନ୍ଦିର ନାଳ ନିକଟରେ ଦୁଇ ମୃତ ଶିଶୁଙ୍କୁ ଖାଉଛନ୍ତି କୁକୁର ।

ମୃତ ଦୁଇ ଶିଶୁଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଘଟଣା ପରେ, ଗର୍ଭରେ ନଷ୍ଟ ହୋଇ ଯାଇଥିବା ଶିଶୁ ମାନଙ୍କୁ ବାହାରେ ଏଣେ ତେଣେ ମେଡିକାଲ କର୍ତ୍ତୃପକ୍ଷ ଫିଙ୍ଗି ଦେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଆଜି ବର୍ଷା ଯୋଗୁଁ ନାଳରେ ଭାସି ଆସିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.