କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ୫ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ବିଶ୍ୱର ତୃତୀୟ ଦେଶ ଭାବେ ୫ଲକ୍ଷ ଅତିକ୍ରମ କରିଛି ଭାରତ। ଏଯାଏଁ ୫ଲକ୍ଷ ୫୫ଜଣଙ୍କ ଜୀବନ ନେଇଛି ମହାମାରୀ । ୨୧୭ ଦିନରେ ୫ଲକ୍ଷ ପାର କରିଛି ମୃତ୍ୟୁସଂଖ୍ୟା। ଜୁଲାଇ ୧, ୨୦୨୦ରେ ମୃତ୍ୟୁ ସଂଖ୍ୟା ୪ଲକ୍ଷ ଥିଲା। ୧ଲକ୍ଷ ବଢିବାକୁ ଏହା ସବୁଠୁ ଦୀର୍ଘ ସମୟ। ଶୀର୍ଷରେ ଅଛି ଆମେରିକା। ଆମେରିକାରେ ୯.୧ଲକ୍ଷ ପାର କରିଛି କରୋନା ମୃତ୍ୟୁ ସଂଖ୍ୟା। ଦ୍ୱିତୀୟରେ ରହିଛି ବ୍ରାଜିଲ। ୬.୩ ଲକ୍ଷ ରହିଛି କରୋନା ମୃତ୍ୟୁ ସଂଖ୍ୟା। ଚତୁର୍ଥରେ ରୁଷିଆ ଓ ପଞ୍ଚମରେ ରହିଛି ମେକ୍ସିକୋ ।

ଏପଟେ ଭାରତରେ କମିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ଲକ୍ଷ ୪୯ହଜାର ୩୯୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ଠାରୁ ୧୩ ପ୍ରତିଶତ କମିଛି ସଂକ୍ରମଣ। ସଂକ୍ରମଣ କମିଥିବାବେଳେ ମୃତ୍ୟୁ ସଂଖ୍ୟା ବଢିଛି। ଦିନକରେ ୧ହଜାର ୭୨ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଗତ କାଲି ୧ହଜାର ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଆକ୍ଟିଭ କେସ ରହିଛି ୧୪ଲକ୍ଷ ୩୫ ହଜାର ୫୬୯ । ଦେଶରେ ପଜିଟିଭିଟି ରେଟ୍‌ ରହିଛି ୯.୨୭ ପ୍ରତିଶତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.