Below header

୧୩ ବର୍ଷର ନାବାଳକକୁ ଚାପିଦେଲା ବସ୍, ରାସ୍ତାରେ ମୃତଦେହ ରଖି ଅବରୋଧ

କଳାହାଣ୍ଡି (କେନ୍ୟୁଜ୍) : ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା। ରାସ୍ତାରେ ମୃତଦେହ ରଖି ଟାୟାର ଜାଳି NH-୨୬ ଅବରୋଧ। କଳାହାଣ୍ଡି ଜୁନାଗଡ଼ ଥାନା ମଥୁରା ଗାଁ ନିକଟରେ ୧୩ ବର୍ଷର ନାବାଳକକୁ ଚାପିଦେଲା ବସ୍। ନାବାଳକ ଜଣକ ଫୁଲତୋଳି ଫେରିବା ବେଳେ ଗାୟତ୍ରୀ ନାମକ ଏକ ଘରୋଇ ବସ୍ ଚାପିଦେଇଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି। ଫଳରେ ବରଗଡ଼- ବୋରିଗୁମ୍ମା ରାସ୍ତାରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.