ପଶ୍ଚିମ ମୟୁରଭଞ୍ଜ ନୂତନ ରାଜସ୍ୱ ଗଠନ ଦାବି, ରାଇରଙ୍ଗପୁରରେ ୧୨ଘଣ୍ଟିଆ ବନ୍ଦ ଡାକରା

ମୟୁରଭଞ୍ଜ(କେନ୍ୟୁଜ୍) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ୧୨ଘଣ୍ଟିଆ ବନ୍ଦ ଡାକରା। ପଶ୍ଚିମ ମୟୁରଭଞ୍ଜ ନୂତନ ରାଜସ୍ୱ ଗଠନ ଦାବି ନେଇ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫଳରେ ଗାଡି ଚଲାଚଳ ଠପ୍ ହୋଇଯିବା ସହ ଦୋକାନ ବଜାର ବନ୍ଦ ରହିଛି।
କମିଟିର ସଦସ୍ୟମାନେ ସକାଳୁ ସକାଳୁ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ଦାବି ପୁନର୍ବାର ଜୋରଧରିଥିବାବେଳେ ଆଜି ନୂତନ ଜିଲ୍ଲା ଦାବି ଗଠନ ନେଇ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବାମନଘାଟି ଉପଖଣ୍ଡର ୭ଟି ବ୍ଲକରେ ବନ୍ଦର ପ୍ରଭାବ ପଡିଛି।