ଡିଜେଲ ଏବଂ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଆଉ ହେବନି ୧ଟଙ୍କା କମ୍

ନୂଆଦିଲ୍ଲୀ : ସରକାରୀ ତୈଳ କମ୍ପାନି (HPCL, BPCL, IOC) ଏବେ ପେଟ୍ରୋଲ- ଡିଜେଲ ବିକ୍ରିରେ ଆଉ ଏକ ଟଙ୍କା ପ୍ରତି ଲିଟରର ବୋଝ ଉଠାଇବ ନାହିଁ। ଅର୍ଥମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ କଞ୍ଚା ତୈଳର ମୂଲ୍ଯ ଲଗାତାର କମ ହେଉଛି। ଏଣୁ କମ୍ପାନି ଲିଟର ପିଛା ଦେଉଥିବା ଟଙ୍କାଟେକୁ ରିହାତିକୁ ବନ୍ଦ କରିବା ଚକ୍କରରେ ରହିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଗତ ଅକ୍ଟୋବରରେ କେନ୍ଦ୍ର ସରକାର ପେଟ୍ରୋଲ – ଡିଜେଲରେ ଦେଢ଼ ଟଙ୍କାର ଏକ୍ସସାଇଜ୍ ଡ଼୍ଯୁଟି କମ୍ କରିବା ପାଇଁ ନିଷ୍ପତି ନେଇଛି। ଏଥିସହ ଏହାର ସମସ୍ତ ଦାୟିତ୍ବ ତୈଳ କମ୍ପାନି ମାନଙ୍କୁ ନେବାକୁ ମଧ୍ୟ ଘୋଷଣା କରିଛି। ଏଣୁ ପୂର୍ବରୁ ଘୋଷଣା କରାଯାଇଥିବା ରିହାତି ସୂଚନାକୁ ଏବେ  ବନ୍ଦ କରାଯିବା ନେଇ ଖବର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.