Below header

ପଶ୍ଚିମ ଓଡ଼ିଶାରେ ମହାବନ୍ଦର ଆଜି ଦ୍ୱିତୀୟ ଦିନ, ସେପଟେ ବାରିପଦାରେ ମଧ୍ୟ ବନ୍ଦ ଡାକରା

ସମ୍ବଲପୁର (କେନ୍ୟୁଜ୍) : ମହାବନ୍ଦର ଆଜି ଦ୍ୱିତୀୟ ଦିନ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ୪୮ ଘଣ୍ଟିଆ ମହାବନ୍ଦ ଆନ୍ଦୋଳନ । ଆଜି ମହାବନ୍ଦ ଆନ୍ଦୋଳନର ଦ୍ୱିତୀୟ ଦିନରେ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ସୁବର୍ଣ୍ଣପୁର ଓ ବୌଦ୍ଧରେ ଶିକ୍ଷାନୁଷ୍ଠାନ, ଦୋକାନବଜାର, ଯାନବାହନ ଚଳାଚଳ ଠପ୍ । ଆଇନଜୀବୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଗତ ୧୯ ତାରିଖରେ ସମ୍ବଲପୁରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର‌୍ୟ୍ୟାଳୟ ବନ୍ଦ କରିଥିଲେ ଓକିଲ ସଂଘ । ଆନ୍ଦୋଳନରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇଥିଲେ ୧୮୦ଟି ସଙ୍ଗଠନ । ୨ ମାସରୁ ଅଧିକ ଦିନ ଧରି ଓକିଲ ସଂଘର ଆନ୍ଦୋଳନ ଯୋଗୁଁ ସରକାରୀ କାମ ଠପ୍ ହୋଇଯାଇଛି । ଏହି ମହାବନ୍ଦ ଆନ୍ଦୋଳନରେ ଆଇନଜୀବୀଙ୍କ ସହ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି ।.
sambalpur
ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ

ଆଜି ବାରିପଦା ବନ୍ଦ । ଏସସି, ଏସଟି ସଂରକ୍ଷଣ ବ୍ୟବସ୍ଥାର ସଠିକ କାର‌୍ୟ୍ୟକାରିତା, ବିଭିନ୍ନ ସରକାରୀ ଦପ୍ତରରେ ଖାଲି ପଡ଼ିଥିବା ସଂରକ୍ଷଣ ପଦରେ ତୁରନ୍ତ ନିଯୁକ୍ତି ଓ ବାରିପଦା ସ୍ଥିତ ନିକୋ ଫ୍ୟାକ୍ଟ୍ରି ଓ ସ୍ପିନିଂ ମିଲକୁ ପୁନଃ କାର‌୍ୟ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ବାରିପଦା ବନ୍ଦ ପାଳନ କରାଯାଉଛି । ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାନବାହନ ଚଳାଚଳ ଠପ୍ । ବନ୍ଦ ରହିଛି ଦୋକାନ ବଜାର । ସୁରକ୍ଷା ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।.

baripada

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.