ଜିରୋରେ ରହିଛି ଫ୍ୟାନ୍ସଙ୍କ ପାଇଁ ସରପ୍ରାଇଜ୍, ନଜର ଆସିବେ ଶ୍ରୀଦେବୀ

ମୁମ୍ବାଇ : ବଲିଉଡ଼ର ବଦଶାହା ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ଜିରୋରେ ଫ୍ୟାନ୍ସ ମାନଙ୍କ ପାଇଁ ରହିଛି ଏକ ଖାସ ଉପହାର। ଏଥିରେ କିଛି ମୂହୁର୍ତ୍ତ ପାଇଁ ନଜର ଆସିବେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ଆଜ୍ଞା ହଁ ,ଫିଲ୍ମରେ ଶ୍ରୀଦେବୀ ସ୍ପେଶାଲ ଆପିରାଏନ୍ସରେ ନଜର ଆସିବେ। ବାସ୍ତବରେ ଫିଲ୍ମରେ ଏକ ଖାସ ଗୀତ ରହିଛି ଯେଉଁଥିରେ ଏକାସାଙ୍ଗରେ ନଜର ଆସିଛନ୍ତି ଶ୍ରୀଦେବୀ, କରିଶ୍ମା କପୁର, ରାନୀ ମୁର୍ଖାଜି ଓ ଆଲିଆ ଭଟ୍ଟ। କିନ୍ତୁ ଚଳିତ ବର୍ଷ ଫେବୃଆରୀରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ଏଣୁ ଶାହାରୁଖ ଏହି ଗୀତକୁ ଆଗୁଆ ରିଲିଜ୍ ନକରି ଫ୍ୟାନ୍ସମାନଙ୍କୁ ସରପ୍ରାଇଜ ଦେବାକୁ ଚାହିଁଥିଲେ। ଏବେ ଫିଲ୍ମର ରିଲିଜ୍ ପରେ ହଲରେ ଶେଷ ଥର ପାଇଁ ଶ୍ରୀଦେବୀଙ୍କ ଝଲକ ଦେଖିବେ ତାଙ୍କ ପ୍ୟାନ୍ସ।

zero

ପୂର୍ବରୁ ଜିରୋର ଆଉ ଏକ ଗୀତ ରିଲିଜ୍ ହୋଇଥିଲା। ଗୀତରେ ଶାହାରୁଖ ଭିନ୍ନ ଅନ୍ଦାଜରେ ଅନୁଷ୍କାଙ୍କ ସହ ରୋମାନ୍ସ କରୁଛନ୍ତି। ହୋଲି ରଙ୍ଗର ମାହୋଲରେ ଅନୁଷ୍କାଙ୍କୁ ପ୍ରପୋଜ କରୁଛନ୍ତି ଶାହାରୁଖ। ଅନୁଷ୍କା ମଧ୍ୟ ଶାହାରୁଖଙ୍କ ପ୍ରେମର ରଙ୍ଗରେ ରଙ୍ଗୀନ ହୋଇଯାଉଛନ୍ତି। ଫିଲ୍ମରେ ବାମନ ଚରିତ୍ରରେ ନଜର ଆସିଛନ୍ତି ଶାହରୁଖ । ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି କ୍ୟାଟ୍ରିନା କୈଫଙ୍କୁ ଫିଲ୍ମ ଷ୍ଟାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଦୁଇ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି ଶାହରୁଖ । ଚଳିତବର୍ଷ ଡିସେମ୍ବର ୨୧ରେ ରିଲିଜ ହେବ ଫିଲ୍ମ ଜିରୋ ।

You might also like