କେନ୍ଦ୍ରାପଡ଼ା: ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା

କେନ୍ଦ୍ରାପଡ଼ା: ଧନିଆପଡ଼ା ଗାଁରେ ପୋଖରୀରେ ବୁଡ଼ି ଛାତ୍ରୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବଜ୍ରମହାକାଳୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନବାଳା ବେହେରା ନିଲମ୍ବିତ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ହୋଇଛି।

pondଗତକାଲି ସ୍କୁଲ ଯାଇଥିବା ୧୨ ବର୍ଷର ରାଜଶ୍ରୀ ପଟ୍ଟନାୟକ ଶୌଚ କରିବାକୁ ଯାଇଥିବା ବେଳେ ଆଉ ଫେରିନଥିଲେ। ପରେ ପୋଖରୀରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଥିବା ଶୌଚାଳୟରେ ତାଲା ପକାଇ ଦେଇଥିଲେ। ଛାତ୍ରୀଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ କହିଥିଲେ। ଏଥିପାଇଁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ।

Leave A Reply

Your email address will not be published.