ଢ଼େଙ୍କାନାଳ : ପୋଖରୀରେ ବୁଡ଼ି ଛାତ୍ର ମୃତ

ଢ଼େଙ୍କାନାଳ (କେନ୍ୟୁଜ୍) : ପୋଖରୀରେ ବୁଡ଼ି ଛାତ୍ର ମୃତ । ଢେଙ୍କାନାଳ ସଦର ଥାନା ନମିଚିରା ଗାଁରେ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ସିପୁନ ନାୟକ । ସେ ସାଙ୍ଗମାନଙ୍କ ସହ ପୋଖରୀରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ । ଗାଁଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.