ଏଠାରେ ପୁରୁଷ ବିବାହ କରନ୍ତି ଦୁଇଟି ମହିଳା, ନଚେତ ଯିବାକୁ ପଡିଥାଏ ଜେଲ୍

ଦୁନିଆରେ ବିଭିନ୍ନ ପ୍ରକାରର ରୀତିନିତି ରହିଛି। ଏନେଇ ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଅଦ୍ଭୁତ ପ୍ରକାରର ପରମ୍ପରା। ସାଧାରଣତଃ ସମାଜରେ ଜଣେ ବ୍ୟକ୍ତି ଏକମାତ୍ର ମହିଳାଙ୍କୁ ବିବାହ କରିବାର ନିୟମ ରହିଛି। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଥିରେ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ପଡିଥାଏ। ଏପରିକି ଏହା ନକରିବା ଦ୍ବାରା ତାଙ୍କୁ ଜେଲ ଦଣ୍ଡାଦେଶ ହୋଇଥାଏ।
ଆଜ୍ଞା ହଁ , ଆଫ୍ରିକା ଦେଶର ଇରୀଟ୍ରିୟାରେ ପୁରୁଷଙ୍କ ପାଇଁ ବିବାହର ଏକ ଭିନ୍ନ ନିୟମ ରହିଛି। ଏହି ନିୟମରେ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ପଡିଥାଏ ଯଦି କୌଣସି ବ୍ୟକ୍ତି ଏପରି କରୁନାହାନ୍ତି ତେବେ ତାଙ୍କୁ ଜେଲ ହୋଇଥାଏ। ଏହାର କାରଣ ହେଉଛି ଏଠାରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ସଂଖ୍ୟା ଖୁବ କମ ରହିଛି। ଏଣୁ ଜଣେ ପୁରୁଷଙ୍କୁ ଦୁଇଟି ବିବାହ କରିବା ପାଇଁ ସରକାରୀ ନିୟମ ରହିଛି।
ଏଠିକାର ସରକାର ଏପରି ନିୟମ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଯଦି କୌଣସି ପୁରୁଷ ଦୁଇଥର ବିବାହ କରୁନାହାନ୍ତି, ତେବେ ତାଙ୍କୁ ଜେଲର ପବନ ଖାଇବାକୁ ପଡିଥାଏ। ଏଥିସହ ଯଦି କୌଣସି କାରଣରୁ ପ୍ରଥମ ପତ୍ନୀ ଜଣଙ୍କ ଦ୍ବିତୀୟ ପତ୍ନୀଙ୍କୁ ନେଇ କୌଣସି ଅଭିଯୋଗ କରିଥାନ୍ତି କିମ୍ବା ଉଦ୍ଭୟ କିଛି ଝଗଡ଼ା କରିଥାନ୍ତି ତେବେ ମହିଳାଙ୍କୁ ଆଜୀବନ କାରାଦଣ୍ଡ ମିଳିଥାଏ।
ଏହି ନିୟମ ପାଇଁ, ଦୁଇଟି ବିବାହ କରିବା ପାଇଁ ପୁରୁଷଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏହି ଭିନ୍ନ ନିୟମ ପାଇଁ ଦୁନିଆରେ ଇରୀଟ୍ରୀୟା ଦେଶର ଖୁବ ଚର୍ଚ୍ଚା ହେଉଛି। କିନ୍ତୁ ଏହି ନିୟମକୁ ବଦଳିବା ନେଇ ବର୍ତ୍ତମାନ ପର୍ୟ୍ୟନ୍ତ ସେଠାର ସରକାରଙ୍କ ପାଖରୁ କୌଣସି ସୂଚନା ମିଳିନାହିଁ।