ବାରାଣାସୀ ପାଇଁ ଓଡ଼ିଆ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

ବାରାଣାସୀ ସଂସଦୀୟ କ୍ଷେତ୍ର ପାଇଁ ଓଡ଼ିଆ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ଦାୟିତ୍ୱ । ପୋଲିସ ପର‌୍ୟ୍ୟବେକ୍ଷକ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଲଳିତ ହେଉଛନ୍ତି ଓଡ଼ିଶା କ୍ୟାଡର IPS ଆଇପିଏସ ଅଧିକାରୀ । ସେ ଏବେ ଆଡସିନାଲ DG ପଦରେ ଅବସ୍ଥାପିତ ଅଛନ୍ତି । ଓଡ଼ିଶା ପୋଲିସ ହାଉସିଂ େଓ୍ଵଲଫେୟାର ନିଗମ-OPHWCର CMD ଅଛନ୍ତି ଲଳିତ ଦାସ । ବାରାଣାସୀ ଲୋକସଭା ଆସନରେ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମେ ୧୯ ତାରିଖରେ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନରେ ତିନିଟି ବିଭାଗରେ ପର‌୍ୟ୍ୟବେକ୍ଷକ ନିଯୁକ୍ତ ହୋଇଥାଆନ୍ତି । ଜଣେ ପ୍ରଶାସନିକ, ଜଣେ ପୋଲିସ ଓ ଜଣେ ନିର୍ବାଚନୀ ବ୍ୟୟ ଅଟକଳ ଯାଞ୍ଚ ପାଇଁ ପର‌୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.