Below header

କଳାହାଣ୍ଡି: ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆଖି ବୁଜିଲେ ପଞ୍ଚମ ଶ୍ରେଣୀର ଛାତ୍ର

କଳାହାଣ୍ଡି(କେନ୍ୟୁଜ୍): ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଆଖି ବୁଜିଲେ ପଞ୍ଚମ ଶ୍ରେଣୀ ଛାତ୍ର ଆଶିଷ ମାଝୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ସରକାରୀ ଆବାସିକ ବିଦ୍ୟାଳୟରେ ପଢୁଥିବା ଆଶିଷ ଅସୁସ୍ଥ ଥିଲେ । ତେବେ ସ୍କୁଲ କତ୍ତୃପକ୍ଷ ଚିକିତ୍ସା କରିନଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ଘଟଣା ସଂପର୍କରେ ଜାଣିବା ପରେ ସଂପର୍କୀୟ ଆଶିଷଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରାଯାଇଛି । ଏ ନେଇ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.