ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ, ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ସାମିଲ

ବାଲିଗୁଡ଼ା(କେନ୍ଯୁଜ୍) : ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ। କନ୍ଧମାଳ ଜିଲ୍ଲା ବାଲୁଗୁଡ଼ା ବ୍ଲକ ପରମପାଙ୍ଗା ଓ ଦଡ଼କଙ୍ଗିଆ ଗ୍ରାମବାସୀଙ୍କ ଦ୍ୱାରା ଏହି ରାସ୍ତାରୋକ କରାଯାଇଛି । ପରମପାଙ୍ଗା ହାଇସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷକ ପଦ ଖାଲି ପଡିଛି। ଏଠାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଥିଲେ ମଧ୍ୟ ଦୀର୍ଘ ଦିନ ହେବ ବିଭିନ୍ନ ବିଭାଗରେ ଶିକ୍ଷକଙ୍କ ପଦ ଖାଲି ପଡିଛି। ଏନେଇ ଛାତ୍ରଛାତ୍ରୀମାନେ ବାରମ୍ବାର ଦାବି କରି ପ୍ରଶାସନକୁ ଜଣାଇଛନ୍ତି। କିନ୍ତୁ ଦାବି ପୂରଣ ନହେବାରୁ ଅଭିଭାବକ  ଛାତ୍ରଛାତ୍ରୀମାନେ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ବାଲିଗୁଡ଼ା-ମୁନିଗୁଡ଼ ଓ ରାୟପୁରକୁ ଗମନାଗମନ ଠପ୍‌  ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.