କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ (କେନ୍ୟୁଜ୍) : ମୟୂରଭଞ୍ଜ ଜିଲ୍ଳା ଖୁଣ୍ଟା ଥାନା ପୁରୁଣା ବାରିପଦା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ଜଣକ ବଡ଼ସାହି ଥାନା ଜାଲଘେରା ଗାଁର ସ୍ୱର୍ଗତ ନିରଞ୍ଜନ ବେହେରାଙ୍କ ଏକ ମାତ୍ର ଝିଅ ଲିପିକା । ପୁରୁଣା ବାରିପଦା ରିଜିଓନାଲ ଏକାଡେମୀ କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢୁଥିଲେ ଲିପିକା । ଏକ ଘରୋଇ ମେସର ଦୁଇଟି ଘରେ ମୋଟ ୮ଜଣ ଛାତ୍ରୀ ଭଡାରେ ରହୁଥିଲେ ।

suicide

ଲିପିକାଙ୍କ ସହ ଗୋଟିଏ ଘରେ ଅନ୍ୟ ୩ଜଣ ଛାତ୍ରୀ ମଧ୍ୟ ରହୁଥିଲେ । ସେମାନେ ଛୁଟିରେ ଘରକୁ ଯାଇଥିବା ବେଳେ ଲିପିକା ଫ୍ୟାନରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ଜଣେ ଛାତ୍ରୀ ମେସକୁ ଫେରିଥିବା ସମୟରେ ଲିପିକା ଫ୍ୟାନରେ ଝୁଲିଥିବା ଦେଖି ଘର ମାଲିକଙ୍କୁ ଜଣାଇଥିଲେ । ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କେସ୍ ନମ୍ବର ୪୦/୧୮ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ମୃତ ଛାତ୍ରୀଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.