ଡିବିରିରୁ ନିଆଁ ଲାଗି ଛାତ୍ରୀ ଜୀବନ୍ତ ଦଗ୍ଧ

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଅଭାବନୀୟ ଘଟଣା।  ଡିବିରିରୁ ନିଆଁ ଲାଗି ଜଣେ ଯୁକ୍ତ ତିନି ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ମୃତ ଛାତ୍ରୀ ଜଣକ ହେଲେ ସ୍ୱପ୍ନେଶ୍ଵରୀ ମୁଣ୍ଡା। ସେ ଘରେ ଜଳୁଥିବା ଡିବିରିକୁ ଧରି ଆସୁଥିବା ବେଳେ ତାଙ୍କ ଡ୍ରେସରେ ନିଆଁ ଲାଗି ଯାଇଥିଲା।

ଏହାପରେ ଛାତ୍ରୀଜଣଙ୍କ ଜୋରରେ ଚିତ୍କାର କରିବାରୁ ପରିବାର ଲୋକ ଜାଣି ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେତେବେଳକୁ ସ୍ୱପ୍ନେଶ୍ଵରୀଙ୍କ ଦେହ ସଂପୂର୍ଣ୍ଣ ଜଳିସାରିଥିଲା। କିଛି ସମୟ ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ମୁତାବକ, ସ୍ୱପ୍ନେଶ୍ଵରୀ ଲହୁଣୀପଡ଼ାର ଏକ କଲେଜର ଯୁକ୍ତ ତିନିରେ ପଢୁଥିଲେ। ଖାଲି ସେତିକି ନୁହେଁ, ସ୍ୱପ୍ନେଶ୍ଵରୀ ଜଣେ ମେଧାବୀ ଛାତ୍ରୀ ଥିଲେ। ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ଯପଟେ ବଣାଇ ପୋଲିସ ଶବ ଜବତ କରି  ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.