Below header

ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଖରେ ଫାଟ, ବଦଳାଇବାକୁ ପରାମର୍ଶ ଦେଲେ ଦଇତାପତି ସେବାୟତ

ଦର୍ପଦଳନ ରଥର ଅଖରେ ଫାଟ । ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ । ଏକ ଟେକ୍ନିକାଲ ଟିମ୍‌ ଏହାର ଯାଞ୍ଚ କରିବ । ତେଣୁ ଖୁବ୍‌ ଶୀଘ୍ର ଏହାର ମରାମତି ମଧ୍ୟ କରାଯିବ ବୋଲି ଜଣାପଡ଼ିଛି ।

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ରରେ ଦର୍ପଦଳନ ରଥର ଅଖରେ ଫାଟ ଘଟଣାକୁ ଗୁରୁତ୍ୱର ସହ ନେଇଛି ମନ୍ଦିର ପ୍ରଶାସନ । ଏକ ଟେକ୍ନିକାଲ ଟିମ୍‌ ଏହାର ଯାଞ୍ଚ କରିବ । ତେଣୁ ଖୁବ୍‌ ଶୀଘ୍ର ଏହାର ମରାମତି ମଧ୍ୟ କରାଯିବ ବୋଲି ଜଣାପଡ଼ିଛି । ପଛୁଆଣି ଅଖ ବା ସାନଉଛୁଳା ଅଖରେ ଫାଟ ହୋଇଥିବା ନଜରକୁ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଅଖରେ ଫାଟ ଥିବା ବେଳେ ଏହାକୁ କ୍ଲାମ୍ପ ଦିଆଯାଇଥିଲା । ତେବେ ବର୍ତ୍ତମାନ ଏହି ଫାଟ ଅଧିକ ଦିଶୁଛି । ଏହାକୁ ବଦଳା ଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଦଇତାପତି ସେବାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.