ବେଆଇନ ନିର୍ମାଣ ହୋଇଥିବା ଦରଘା ଭାଙ୍ଗିବାକୁ ନେଇ ହିଂସାକାଣ୍ଡ: ଜଣେ ମୃତ, ଡିଏସପିଙ୍କ ସମେତ ୪ ପୋଲିସକର୍ମୀ ଆହତ

ବେଆଇନ ନିର୍ମାଣ ହୋଇଥିବା ଦରଘା ଭାଙ୍ଗିବାକୁ ନେଇ ଜୁନାଗଡରେ ହିଂସାକାଣ୍ଡ ଘଟିଛି । ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୫ ଜଣକୁ ଅଟକ ରଖିଛି ପୋଲିସ । ଡିଏସପି ସମତେ ୪ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି ।

ବେଆଇନ ନିର୍ମାଣ ହୋଇଥିବା ଦରଘା ଭାଙ୍ଗିବା ଲାଗି ନୋଟିସ୍‌ ଜାରି ହେବା ପରେ ଗୁଜରାଟର ଜୁନାଗଡରେ ହିଂସାକାଣ୍ଡ ଘଟିଛି । ଗଣ୍ଡଗୋଳରେ ୫୦୦ରୁ ୬୦୦ ଲୋକ ପୋଲିସକୁ ଉପରକୁ ପଥର ପିଙ୍ଗିବା ସହିତ ଥାନାରେ ଭଙ୍ଗାରୁଜା କରିଥିଲେ । ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ପ୍ରାୟ ୧୭୫ଜଣଙ୍କୁ ପୋଲିସ ଅଟକ ରଖିଛି।

ଶୁକ୍ରବାର ସନ୍ଧ୍ୟାରେ, ପ୍ରାୟ ୫୦୦ରୁ ୬୦୦ ଲୋକ ଏକତ୍ର ହୋଇ ପୋଲିସ କର୍ମଚାରୀଙ୍କ ଉପରକୁ ଟେକାପଥର ଫିଙ୍ଗିବା ସହିତ ଥାନାରେ ଭଙ୍ଗାରୁଜା କରି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ଆକ୍ରମଣ ଘଟଣାରେ ଡିଏସପିଙ୍କ ସମେତ ସମେତ ୪ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ପଥର ମାଡ ଯୋଗୁଁ ଜଣେ ବ୍ୟକ୍ତିଙ୍କର ପ୍ରାଣ ଚାଲିଯାଇଛି । ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ପ୍ରାୟ ୧୭୫ଜଣଙ୍କୁ ପୋଲିସ ଅଟକ ରଖିଛି। ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ସଂପୂର୍ଣ୍ଣ ଅଞ୍ଚଳକୁ ବନ୍ଦ ରଖାଯାଇଛି ।

ଖବର ମୁତାବକ, ବେଆଇନ ନିର୍ମାଣ ହୋଇଥିବା ଦରଘା ବାହାରେ ଉଚ୍ଛେଦ ନୋଟିସ ଲଗାଇବା ପାଇଁ ଜୁନାଗଡ଼ ମୁନିସ୍‌ପାଲ୍‌ କର୍ପୋରେସନର କର୍ମଚାରୀମାନେ ମାଜେୱାଡ଼ି ଗେଟ୍‌ ସମ୍ମୁଖରେ ପହଞ୍ଚିଥିଲେ। ଏହି ନୋଟିସ୍‌କୁ ନେଇ ଦରଘା ନିକଟରେ ଉତ୍ତେଜନା ସୃଷ୍ଟି ହୋଇ ହିଂସାକାଣ୍ଡ ଘଟିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବହୁସଂଖ୍ୟକ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ ପରେ ଏମିତି କାଣ୍ଡ ଘଟିଥିଲା ।


ନୋଟିସ୍‌ରେ ଉଲ୍ଲେଖ ରହିଛି, ଯଦି ଆଇନ ଅନୁଯାୟୀ ଦର୍‌ଘା ନିର୍ମାଣ କରାଯାଇଛି, ତେବେ ୫ ଦିନ ମଧ୍ୟରେ ତାହାର ପ୍ରମାଣ ଦାଖଲ କରାଯାଉ। ନଚେତ୍‌ ଏହାକୁ ଭାଙ୍ଗିଦିଆଯିବ ଓ ଭଙ୍ଗା ବାବଦ ବ୍ୟୟ ଦରଘା ପରିଚାଳନା କମିଟି ବହନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.