ରାଜ୍ୟ ଭିଜିଲାନ୍ସର ଗୋଟିଏ ପରେ ଗୋଟିଏ ସଫଳତା: ଗତ ଦେଢ ମାସରେ ୩୧ଟି ମାମଲା, ୨୩ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ଭିଜିଲାନ୍ସକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ଗତ ଦେଢ ମାସରେ ୩୧ଟି ମାମଲା ରୁଜୁ କରିଛି ଭଜିଲାନ୍ସ । ୨୩ ଜଣ ଗିରଫ ହୋଇଛନ୍ତି । ସେଥିମଧ୍ୟରେ ଅଛନ୍ତି ୪ ଜଣ କ୍ଲାସ ଓ୍ଵାନ ଅଫିସର । ରାଜ୍ୟ ସରକାରଙ୍କ ମୋ ସରକାର ଅଭିଯାନ ଯୋଗଁ ଭିଜିଲାନ୍ସ ଏହି ସଫଳତା ହାସଲ କରି ପାରୁଥିବା ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ।

ସୂଚନା ଥାଉକି ଗତକାଲି ପୁଣି ଭିଜିଲାନ୍ସ ବିଭାଗକୁ ବଡ଼ ସଫଳତା ମିଳିଥିଲା । କୁବେର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର ଗିରଫ ହେବା ପରେଏବେ ଆଉ ଏକ ବଡ଼ ମାଛକୁ ଧରିବାରେ ସଫଳତା ହାସଲ କରିଛି ଭିଜିଲାନ୍ସ । ଏଥର କେଉଁ ଯନ୍ତ୍ରୀ କି ପ୍ରଶାସନିକ ଅଧିକାରୀ ନୁହଁନ୍ତି ବରଂ ଜଣେ ଡାକ୍ତରଙ୍କ ଘରେ ରେଡ ମାରିଛି ଭିଜିଲାନ୍ସ। ସେହି ଡାକ୍ତର ଜଣକ ହେଉଛନ୍ତି ପୁରୀ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ସୁକାନ୍ତ ଜେନା। ଡାକ୍ତରଙ୍କ ଭୁବନେଶ୍ବର ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.