ବାଲୁକା କଳା ମାଧ୍ୟମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳା ମାଧ୍ୟମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା । ପୁରୀ ବେଳାଭୂମିରେ ଅତି ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରି ଓଡ଼ିଆ ପରମ୍ପରାକୁ ବର୍ଣ୍ଣନା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ପୁରୀ : ବାଲୁକା କଳା ମାଧ୍ୟମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା । ପୁରୀ ବେଳାଭୂମିରେ ଅତି ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରି ଓଡ଼ିଆ ପରମ୍ପରାକୁ ବର୍ଣ୍ଣନା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବନ୍ଦେ ଉତ୍କଳ ଜନନୀ ଥିମକୁ ଆଧାର କରି ଓଡ଼ିଶାର ପ୍ରତିଷ୍ଠା ଦିବସରେ ଓଡ଼ିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା ବାଲୁକା କଳା ମାଧ୍ୟମରେ ବଖାଣିଛନ୍ତି ବାଲୁକାଶିଳ୍ପୀ l ଏହି ବାଲୁକା କଳାରେ କୋଣାର୍କ ମନ୍ଦିରକୁ ସ୍ଥାନ ଦେବା ସହ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ଅତି ସୁନ୍ଦର ଭାବେ ଦର୍ଶାଇଛନ୍ତି । ଏହି ବାଲୁକା କଳା ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.