ସନ୍ତୋଷଙ୍କ ଆତ୍ମହତ୍ୟା ପରେ ମିଳିଲା ସୁଇସାଇଡ୍‌ ନୋଟ୍‌: ବାପା, ମାଆ, ଭଉଣୀ ଓ ରଶ୍ମିଙ୍କୁ ଭଲ ପାଇବା କଥା ଲେଖିଛନ୍ତି

ରାଉରକେଲା(କେନ୍ୟୁଜ୍): ସନ୍ତୋଷଙ୍କ ଆତ୍ମହତ୍ୟା ପରେ ମିଳିଲା ସୁଇସାଇଡ୍‌ ନୋଟ୍‌ । ଚିଠିରେ ଲେଖିଛନ୍ତି, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ନିଜ ଇଚ୍ଛା ଓ ସୁସ୍ଥ ମାନସିକତାରେ ଆତ୍ମହତ୍ୟା କରିଛନ୍ତି । କାହା ଚାପରେ ନୁହେଁ । ଏହାସହ ଚିଠିରେ ତାଙ୍କ ବାପା, ମାଆ, ଭଉଣୀ ଓ ରଶ୍ମିଙ୍କୁ ଭଲ ପାଇବା କଥା ମଧ୍ୟ କହିଛନ୍ତି ।

ତେବେ କଣ ପାଇଁ ଆତ୍ମହତ୍ୟା କଲେ ସନ୍ତୋଷ ? ରଶ୍ମୀରେଖାଙ୍କ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗିପଡିିଥିଲେ କି ସନ୍ତୋଷ? ଜୀବନ ପ୍ରତି ବିତୃଷ୍ଣା ଭାବ ଆସିଥିଲା କି ? ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଚାପରେ ଥିଲେ କି ? ଚାକିରୀ ଛାଡିବା ପରେ ମାନସିକ ଚାପରେ ଥିଲେ କି? ଏସବୁକୁ ନେଇ ଚର୍ଚ୍ଚା ଲାଗିରହିଛି ।

ରାଉରକେଲା ବାସନ୍ତୀ କଲୋନୀ ଘରୁ ଝୁଲନ୍ତା ଅବସ୍ଥାରେ ସନ୍ତୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ରଶ୍ମିରେଖାଙ୍କ ଆତ୍ମହତ୍ୟାର ୧୮ ଦିନ ପରେ ସନ୍ତୋଷ ବି ଆତ୍ମହତ୍ୟା କଲେ। ଉଦିତ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.