Below header

କୋଣାର୍କ ମନ୍ଦିର ପାଇଁ ଏନ. କେ ମହାନ୍ତି ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ

ଭୁବନେଶ୍ବର : କୋଣାର୍କ ମନ୍ଦିର ପରିସରରୁ ବର୍ଷାଜଳ ନିଷ୍କାସନ ଓ ସୂର୍ଯ୍ୟମନ୍ଦିର ମରାମତି ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ଏନ. କେ ମହାନ୍ତିଙ୍କୁ ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ସୂର୍ଯ୍ୟ ମନ୍ଦିରରେ କୌଣସି ମରାମତିର ଆବଶ୍ୟକତା ନଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୂର୍ବରୁ ସତ୍ୟପାଠ ଦିଆଯାଇଥିଲା । କିନ୍ତୁ ପରେ ପ୍ରତ୍ନତତ୍ତ୍ୱ ବିଭାଗର ଡାଇରେକ୍ଟର ଜେନେରାଲ ଅନ୍ୟ ଏକ ସତ୍ୟପାଠ ଦେଇ ହାଇକୋର୍ଟଙ୍କୁ ଦର୍ଶାଇଲେ ଯେ, କେତେକାଂଶରେ ମରାମତିର ଆବଶ୍ୟକତା ରହିଛି। ଏହାସହ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିବା ଦର୍ଶାଇଥିଲେ । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗତକାଲି କୌଣସି ସତ୍ୟପାଠ ଦାଖଲ ହୋଇ ନଥିଲା।

ଅପରପକ୍ଷେ ଆବେଦନକାରୀଙ୍କ ପକ୍ଷରୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ଯେ, ଆମିକସ୍‌ କ୍ୟୁରୀ ନିଯୁକ୍ତ ହେଲେ ମରାମତି କାମ ସୂଚାରୁରୂପେ ହେଉଛି କି ନାହିଁ ତାହାର ତଦାରଖ ହୋଇ ପାରିବ । ଏନେଇ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି କୋଣାର୍କ ମରାମତି ମାମଲାରେ ଏନ. କେ ମହାନ୍ତିଙ୍କୁ ଆମିକସ୍‌ କ୍ୟୁରୀ ନିଯୁକ୍ତ କରିଛନ୍ତି । ଏହାସହ ତୁରନ୍ତ ମରାମତି କାମ ସହ ବର୍ଷା ଜଳ ନିଷ୍କାସନ ପଦକ୍ଷେପ ନେବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.