ଜାଣନ୍ତୁ ଶରୀରରୁ କିପରି ଦୂର କରିବେ ଷ୍ଟ୍ରେଚମାର୍କ୍ସ

ଗର୍ଭବତି ପରେ ମହିଳାମାନଙ୍କ ଶରୀରରେ ପରିବର୍ତ୍ତନ ଦେଖାଯାଇଥାଏ। ଏଭଳି ମଧ୍ୟ କିଛି ପରିବର୍ତ୍ତନ ହୋଇଥାଏ, ଯାହାର ଚିହ୍ନ ବର୍ଷ ବର୍ଷ ଧରି ଶରୀରରେ ରହିଥାଏ। ଏହା ମଧ୍ୟରୁ ଗୋଟିଏ ହେଉଛି ଷ୍ଟେଚମାର୍କ୍ସ। ଗର୍ଭବତି ଥିବା ସମୟରେ ୧୩ ସପ୍ତାହ ରୁ ୨୧ ସପ୍ତାହ ମଧ୍ୟରେ ଷ୍ଟେଚ ମାର୍କ୍ସର ଆଭରଣ ଆରମ୍ଭ ହୋଇଥାଏ। କିନ୍ତୁ ଏଭଳି ସମସ୍ୟାରୁ ଆପଣ ରକ୍ଷା ନ ପାଇ ପାରିଲେ ମଧ୍ୟ ଏହି ଚିହ୍ନକୁ କମ କରାଯାଇପାରିବ। ତେବେ ଜାଣନ୍ତୁ ଗର୍ଭବତି ପରେ କିଭଳି କମ କରିବେ ଷ୍ଟ୍ରେଚମାର୍କ୍ସର ଚିହ୍ନ।

marksପାରସ ହସ୍ପିଟାଲ ଗୁରୁଗ୍ରାମର ଡାକ୍ତର, ଅଳକା କ୍ରିପାଲାନୀଙ୍କ କହିବା ଅନୁଯାୟୀ, ଷ୍ଟେଚ ମାର୍କ୍ସ ଏକ ପ୍ରକାର ଖଣ୍ଡିଆ ହୋଇଥିବାର ଚିହ୍ନ, ଯାହା ଆମର ସ୍କିନ୍ ରେ ବହୁତ ଶୀଘ୍ର ବିକଶିତ ହୋଇଥାଏ। ଏହି ସମୟରେ ହଠାତ ଓଜନ ବଢିବା କାରଣରୁ ମଧ୍ୟ ଷ୍ଟ୍ରେଚମାର୍କ୍ସ ଦେଖାଯାଇଥାଏ। ପ୍ରତ୍ୟେକ ମହିଳାଙ୍କର ସ୍କିନ ଟେକ୍ସଚର ଏବଂ ସ୍କିନର ଫ୍ଲେକ୍ସିବିଲିଟି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଅନେକ ଥର ମହିଳାମାନଙ୍କର କମ ଓଜନ ସତ୍ବେ ମଧ୍ୟ ଅଧିକ ଷ୍ଟେଚ ମାର୍କ୍ସ ହୋଇଥାଏ। ବଂଶଗତ ସମସ୍ୟାରୁ ମଧ୍ୟ ଏହି ଦାଗ ହୋଇଥାଏ।

ଏହାସହ ପଢନ୍ତୁ: ଭୁଲରେ ବି ଚେହେରାରେ ଲଗାନ୍ତୁ ନାହିଁ ନଡିଆ ତେଲ, ହୋଇପାରେ ଏହି କ୍ଷତି

ଜାଣନ୍ତୁ କିପରି ଦୂର ହେବ ଏହି ଦାଗ:

-ଓଜନ ନିୟନ୍ତ୍ରଣ ରଖନ୍ତୁ।

-ଅତ୍ୟଧିକ ପାଣି ଏବଂ ଲିକ୍ବିଇଡ ଖାଦ୍ୟ ସେବନ କରନ୍ତୁ।

-ପୋଷକ ତତ୍ତ୍ବ ଥିବା ଖାଦ୍ୟ ଖାଆନ୍ତୁ। ଏବଂ ଖାଦ୍ୟରେ ଭିଟାମିନ ଡି ସାମିଲ କରନ୍ତୁ।

-ମଶ୍ଚରାଇଜର, ନଡ଼ିଆ ତେଲ ଏବଂ ଇସେସଲ ତେଲ ସାହାର‌୍ୟ୍ୟରେ ଏହି ଦାଗର ପ୍ରଭାବକୁ କମ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.