ବାଲେଶ୍ୱର : ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ

ବାଲେଶ୍ୱର : ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଅଷ୍ଟମ ଶ୍ରେଣୀ ଛାତ୍ର ଗୋବିନ୍ଦ ଦାସ ନିଖୋଜ ଘଟଣା ଅଭିଭାବକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଖୋଜ ଛାତ୍ରର ଘର ହାଣ୍ଡିପଡ଼ା ଗାଁରେ । ଗତକାଲି ସକାଳୁ ଗୋବିନ୍ଦ ସ୍କୁଲ ପରିସରରୁ କେଉଁଆଡେ ନିଖୋଜ ହୋଇଯାଇଥିବା ସ୍କୁଲ କର୍ତ୍ତୃପକ୍ଷ ଗୋବିନ୍ଦଙ୍କ ପରିବାରକୁ ଜଣାଇଥିଲେ । ଏହାପରେ ଜଳେଶ୍ୱର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ସ୍କୁଲ କର୍ତ୍ତୃପକ୍ଷଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନପାରି ଗୋବିନ୍ଦ କେଉଁଆଡେ ଚାଲିଯାଇଥିବା ଅଭିଯୋଗ କରିଛନ୍ତି । ଜଳେଶ୍ୱର ପୋଲିସ ପକ୍ଷରୁ ଛାତ୍ରର ଫଟୋକୁ ଆଖପାଖ ଅଞ୍ଚଳରେ ଜାରି କରାଯାଇଥିବା ବେଳେ ସ୍କୁଲ୍‌ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.