କୁଆଡେ ଉଭାନ୍‌ ହୋଇଗଲା ବର୍ଷା ? ଶ୍ରାବଣ ମାସରେ ବି ଟାଣ ଖରା, ହୀରାକୁଦ ଜଳଭଣ୍ଡାରରେ ପାଣିର ଅଭାବ

ଭୁବନେଶ୍ବର : ଆଷାଢ ଯାଇ ଶ୍ରାବଣ ହେଲା। ହେଲେ ଶୁଖିଲା ପଡିଛି ଧରା। ଉଭାନ୍‌ ହୋଇଯାଇଛି ମୌସୁମୀ। ଜୁନରୁ ଏଯାଏ ରାଜ୍ୟର ୧୩ଟି ଜିଲ୍ଲାର ସ୍ୱାଭାବିକ ଠାରୁ ପ୍ରାୟ ୧୯ ପ୍ରତିଶତ କମ ବର୍ଷା ହୋଇଛି। ହେଲେ ୨୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ୨୫ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୨୬ ତାରିଖ ବେଳକୁ ବର୍ଷା ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ, କଟକ, ଅନୁଗୁଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୭ତାରିଖ ବେଳକୁ ବର୍ଷା ସାମାନ୍ୟ କମିପାରେ। ବର୍ଷା ଅଭାବରୁ ଜଳଭଣ୍ଡାର ସ୍ଥିତି କମିବାରେ ଲାଗିଛି । ଆଗକୁ ବର୍ଷା ନ ହେଲେ ଜଳ ସେଚନ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ପାଣି ବନ୍ଦ ହେବ । ଫଳରେ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଗୁରୁତର ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.