ଇଲେକ୍ଟ୍ରି ବିଲ୍‌ ପାଇଁ ୪ ଦିନ ହେଲା ଅନ୍ଧାରରେ ଚାନ୍ଦବାଲିର ସୁନାରୀପୋଖରୀ ଗାଁ, ବିନା ନୋଟିସରେ ବିଦ୍ୟୁତ୍‌ କାଟ ହୋଇଥିବା ଅଭିଯୋଗ

ଚାନ୍ଦବାଲି : ବିଦ୍ୟୁତ୍‌ ବିଲ୍‌ ପାଇଁ ୪ ଦିନ ହେଲାଣି ଅନ୍ଧାରରେ ଭଦ୍ରକ ଚାନ୍ଦବାଲି ବ୍ଲକ୍‌ ସୁନାରୀପୋଖରୀ ଗାଁ । ଏଠାରେ ୭୦ ପରିବାର ବସବାସ କରୁଥୁବା ବେଳେ ଅନ୍ଧାର ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ବିଶେଷ କରି ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପାଠ ପଢାରେ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ।

ତେବେ ବିନା ନୋଟିସରେ ବିଦ୍ୟୁତ୍‌ କର୍ମଚାରୀ କନେକ୍‌ସନ୍‌ କାଟିଦେଇଥିବା ବେଳେ ବିଦ୍ୟୁତ୍‌ ବିଲ୍‌ ଦେବାକୁ ଡାକିଲେ ଆସୁନଥିବା ଅଭିଯୋଗ କରିଛନ୍ତି । ମାସିକିଆ ବିଦ୍ୟୁତ୍‌ ବିଲ୍‌ ନନେଇ ବର୍ଷକରେ ଥରେ ଆସି ହଜାର ହଜାର ଟଙ୍କା ଦେବାକୁ ବିଦ୍ୟୁତ୍‌ ବିଭାଗର ଅଫିସରମାନେ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା । ସେପଟେ କିନ୍ତୁ ବାରମ୍ବାର ଯିବା ସତ୍ତ୍ୱେ ଉପଭୋକ୍ତାମାନେ ବିଦ୍ୟୁତ୍‌ ବିଲ୍‌ ଦେଉନଥିବାରୁ କନେକସନ୍‌ କଟାଯାଇଥିବା କହିଛନ୍ତି ବିଦ୍ୟୁତ୍‌ ବିଭାଗର ଏସଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.