ସୁନ୍ଦରଗଡ଼ :  ରିଜର୍ଭ ପୋଲିସ ଅସ୍ତ୍ରାଗାରରୁ ଚୋରି ଗୁଳି ଉଦ୍ଧାର

ସୁନ୍ଦରଗଡ଼ (କେନ୍ଯୁଜ୍) :ସୁନ୍ଦରଗଡ଼ ରିଜର୍ଭ ପୋଲିସ ଅସ୍ତ୍ରାଗାରରୁ ଚୋରି ୬୦ଟି ଗୁଳି ଉଦ୍ଧାର । ଏହି ଘଟଣାରେ ଜଣେ କନେଷ୍ଟବଳ ଗିରଫ । ଗତ ୨୪ ତାରିଖ ରାତିରେ ସୁନ୍ଦରଗଡ଼ ରିଜର୍ଭ ପୋଲିସ ଅସ୍ତ୍ରାଗାରରୁ ୪ଟି ମାଗଜିନ ସହ ୬୦ଟି ଗୁଳି ଚୋରି ନେଇ ଅଭିଯୋଗ ହୋଇଥିଲା । ଏନେଇ ରିଜର୍ଭ ପୋଲିସ ଇନିସପେକ୍ଟର ସୁନ୍ଦରଗଡ଼ ଟାଉନ ଥାନାରେ ଲିଖିତ ଭାବେ ଜଣାଇଥିଲେ ।

gun

ସୁନ୍ଦରଗଡ଼ ଏସପି ଘଟଣାର ତଦନ୍ତ କରିବା ସହ କନେଷ୍ଟବଳ ଗୁଲସନ କିରୋର ସଂପୃକ୍ତି ଜାଣିବାକୁ ପାଇଥିଲେ । ଗୁଲସନ ଧରାପଡ଼ିବା ପରେ ସେ ଲୁଚାଇ ରଖିଥିବା ଗୁଳି ଉଦ୍ଧାର କରାଯାଇଛି । ଗୁଲସନର ଘର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କିରାଲଗା ଅଞ୍ଚଳରେ । ହେଲେ କଡ଼ା ସୁରକ୍ଷା ଭିତରେ ଥିବା ରିଜର୍ଭ ପୋଲିସ ଅସ୍ତ୍ରାଗାର ଭିତରେ ପଶି ସେ କିପରି ୪ଟି ମାଗାଜିନ ଓ ୬୦ ଗୁଳି ଚୋରି କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.