ଗିରଫ ହେଲେ ସୁନ୍ଦରଗଡ଼ର କୁବେର ADM ବିଶ୍ୱଜିତ ମହାପାତ୍ର, ୧୦ କୋଟିରୁ ଅଧିକ ଟଙ୍କା ସଂପତ୍ତି ଠାବ

ଭୁବନେଶ୍ବର(କେନ୍ୟୁଜ୍):  ଗିରଫ ହେଲେ ସୁନ୍ଦରଗଡ଼ର କୁବେର ADM ବିଶ୍ୱଜିତ ମହାପାତ୍ର । ଆୟ ବହିର୍ଭୂତ ସଂପତ୍ତି ଖୋଳତାଡ଼ ପରେ କାର୍ଯ୍ୟାନୁଷ୍ଠାନ । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଦୁଇ ଦିନର ଖାନତଲାସିରେ ୧୦ କୋଟିରୁ ଅଧିକ ଟଙ୍କା ସଂପତ୍ତି ଠାବ ହୋଇଛି । ଖଣି ବିସ୍ଥାପିତଙ୍କୁ କ୍ଷତିପୂରଣ ପାଇଁ ହୋଇଥିଲା ବ୍ୟାପକ ଲାଞ୍ଚ କାରବାର । ସୁନ୍ଦରଗଡ଼ ସରକାରୀ ବାସଭବନରେ ତାଙ୍କୁ ଭିଜିଲାନ୍‌ସ ଅଧିକାରୀମାନେ ଗୁଡ଼େଇତୁଡ଼େଇ ଜେରା କରିଛନ୍ତି । ଏହାପରେ ତାଙ୍କୁ ପୁଣି ଭୁବନେଶ୍ୱର ଧରି ଫେରିଛନ୍ତି ଭିଜିଲାନ୍‌ସ ଅଧିକାରୀ । ବିଶ୍ୱଜିତ ମହାପାତ୍ରଙ୍କ ଏମସିଏଲ ଅଞ୍ଚଳରେ ଏକର ଏକର ବେନାମୀ ଜମି ରହିଛି ।

ତାଙ୍କର ବିଭିନ୍ନ ବ୍ୟାଙ୍କରେ ରହିଛି ୧କୋଟି ୯୦ ଲକ୍ଷ ୫୭ହଜାରରୁ ଅଧିକ ଟଙ୍କାର ଫିକ୍ସ ଡିପୋଜିଟ୍‌ ଓ ଜମାରାଶି । ୧୦ ଲକ୍ଷ ଟଙ୍କାର ବୀମା ରହିଛି । ଏଡିଏମ୍‌ ବିଶ୍ୱଜିତ ମହାପାତ୍ର ମ୍ୟୁଚୁଆଲ୍‌ ଫଣ୍ଡରେ ଖଟାଇଛନ୍ତି ୩୨ ଲକ୍ଷ ଟଙ୍କା । ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ଟି ଫ୍ଲଟ୍‌ ଠାବ ହୋଇଛି । ନହରକଣ୍ଟାରେ ରହିଛି ୮୯ଲକ୍ଷ ଟଙ୍କାର ୨ ମହଲା କୋଠା । ରସୁଲଗଡ଼ରେ ଅଛି ଫ୍ଲାଟ୍‌ । ବାଲିଅନ୍ତାରେ ଘର ପାଖରେ ଏକ ସିମେଣ୍ଟ ଗୋଦାମ୍‌ ରହିଛି । ଚଳିତ ମାସ ୨୮ ତାରିଖରେ ଚାକିରିରୁ ଅବସର ନେଇଥାନ୍ତେ ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ ମହାପାତ୍ର ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.