ଗର୍ଭାବସ୍ଥାରେ ବି କ୍ୟାମେରା ସାମ୍ନାରେ ବୋଲ୍ଡ ହେଲେ ବିଶ୍ୱ ପ୍ରସିଦ୍ଧ ଗାୟିକା ରିହାନା, ମୁକୁଳା ଡ୍ରେସ୍‌ରେ ଏମିତି ଦେଲେ ପୋଜ୍‌; ଥରେ ପକାନ୍ତୁ ନଜର

ବିଶ୍ୱର ଲୋକପ୍ରିୟ ଗାୟିକା ରିହାନା ଏବେ ଗର୍ଭବତୀ ଅଛନ୍ତି। ନିଜର ଗର୍ଭଧାରଣକୁ ନେଇ ରିହାନା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ପ୍ରେମିକ ଆସପ ରକିଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି। ରିହାନାଙ୍କୁ ଫ୍ୟାଶନ୍ ଆଇକନ୍ କୁହାଯାଇଥାଏ ଏବଂ ଗର୍ଭାବସ୍ଥାରେ ମଧ୍ୟ ସେ ଫ୍ୟାଶନକୁ କ୍ୟାରି କରିବା ଜାରି ରଖିଛନ୍ତି। ଏବେ ରିହାନାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସୀମାଠାରୁ ଅଧିକ ବୋଲ୍ଡ ଦେଖା ଯାଉଛନ୍ତି। ତାଙ୍କ ଫଟୋଗୁଡ଼ିକ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି।

ଫଟୋ ଗୁଡ଼ିକରେ ରିହାନା ରିଭିଲିଙ୍ଗ୍‌ ଡ୍ରେସ୍‌ରେ ନଜର ଆସିଛନ୍ତି। ସେ କଳା ରଙ୍ଗର ଫ୍ରଣ୍ଟ ଓପନ୍‌ ଟପ୍‌ ପିନ୍ଧିଛନ୍ତି, ଯେଉଁଥିରେ ତାଙ୍କର ବୋଲ୍ଡନେସ୍‌କୁ ଦେଖି ପ୍ରଶଂସକ ମାନଙ୍କର ହୋସ୍‌ ଉଡ଼ି ଯାଇଛି। ଏହି ସେକ୍ସି ଅବତାରରେ ସେ ନିଜର ବେବି ବମ୍ପ୍‌ ଦେଖାଇଛନ୍ତି। ରିହାନା ଫ୍ରଣ୍ଟ ଓପନ୍ ଟପକୁ ମ୍ୟାଚିଙ୍ଗ୍‌ ରଙ୍ଗର ଜେଗିଙ୍ଗ୍ସ ସହିତ ପେୟାର କରିଛନ୍ତି। ଏହା ସହିତ ସେ ଚଷମା ପିନ୍ଧିଛନ୍ତି ଏବଂ ଷ୍ଟାଇଲିସ୍ ଚୋଟି ତିଆରି କରିଛନ୍ତି, ଯାହା ତାଙ୍କ ଲୁକ୍‌କୁ କମ୍ପ୍ଲିଟ୍‌ କରୁଛି।

ଫଟୋରେ ରିହାନା କଳା ହାଇ ହିଲ୍ସ ପିନ୍ଧିଥିବାର ନଜର ଆସିଛନ୍ତି। ଆଶ୍ଚର୍ଯ୍ୟର କଥା ଯେ ରିହାନା ନିଜ ଲୁକ୍‌କୁ ଆହୁରି ଖାସ୍‌ କରିବା ପାଇଁ ପାଉଁଜି ପିନ୍ଧିଛନ୍ତି, ଯାହାକି ତାଙ୍କୁ ବହୁତ ସୁଟ୍‌ କରୁଛି। ସେ କ୍ୟାମେରା ସାମ୍ନାରେ ଅଲଗା ଅଲଗା ପୋଜରେ ଫଟୋ କ୍ଲିକ୍ କରାଇଛନ୍ତି। ଏଥିରେ ତାଙ୍କର ହଟ ଲୁକ୍ ଦେଖା ଯାଉଛି।

କହି ରଖୁଛୁ କି, ରିହାନା ଗତ ଦୁଇ ବର୍ଷ ହେବ ଆସପ ରକିଙ୍କୁ ଡେଟ୍ କରୁଛନ୍ତି। ଏହା ପୂର୍ବରୁ ସେ ହସିନ୍ ଜମିଲଙ୍କ ସହ ରିଲେସନସିପ୍‌ରେ ଥିଲେ, କିନ୍ତୁ ଏହି ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ଚାଲି ପାରି ନ ଥିଲା ଏବଂ ଦୁହେଁ ପରସ୍ପର ସହ ବ୍ରେକ୍‌ଅପ କରି ନେଇଥିଲେ। ଏହା ପରେ ରିହାନାର ନାମ ଆସପ ରକିଙ୍କ ସହିତ ଯୋଡ଼ି ହୋଇଥିଲା। ଦୁଇଜଣଙ୍କୁ ପ୍ରାୟତଃ ଏକାଠି ସ୍ପଟ୍‌ କରାଯାଇଥାଏ।

 

View this post on Instagram

 

A post shared by badgalriri (@badgalriri)