Below header

ଗାଁ ଲୋକଙ୍କ ପାଇଁ ଖୁସି ଖବର, ମାଗଣାରେ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ପାଇଁ ସରକାର ଆରମ୍ଭ କଲେ ସୁନେତ୍ର ଯୋଜନା

ଭୁବନେଶ୍ୱର : ଗାଁ ଗହଳିର ଲୋକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା ସୁନେତ୍ର ଯୋଜନା । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସୁନେତ୍ର ଯୋଜନାର ଶୁଭାରମ୍ଭ । ଏହି ଯୋଜନାରେ ରାଜ୍ୟର ସବୁ ବର୍ଗର ଜନସାଧାରଣ ସାମିଲ ହେବେ । ଲୋକଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯିବ । ମାଗଣାରେ ମୋତିଆ ବିନ୍ଦୁ ଅପରେସନ ସହ ଚଷମା ଯୋଗାଇ ଦିଆଯିବ । ଏହି ସୁବିଧା ରାଜ୍ୟର ସବୁ ସରକାରୀ ଚିକିତ୍ସାଳୟରେ ଉପଲବ୍ଧ ହେବ । ସୁନେତ୍ର ଯୋଜନାର ଶୁଭାରମ୍ଭ ଅବସରରେ ହିତାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କଥା ହୋଇଥିଲେ । ଯୋଜନାରେ ହିତାଧିକାରୀ ଲାଭ ପାଇ ବେଶ ଖୁସି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସଚିବାଳୟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୯.୮୩କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଆଜିଯାଏଁ ଏହି କାର୍ଯ୍ୟକ୍ରମରେ ୨୯୬ଟି ବ୍ଲକର ୬ହଜାର ୪ଶହ ୪୬ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ପାଇଁ ୧୪୭୪ କୋଟି ଟଙ୍କା ମଂଜୁର କରାଯାଇଛି । ସେହିପରି ରାଜ୍ୟରେ ପିଠା ଯୋଜନାରେ ୩୧୪ଟି ଶ୍ରେଷ୍ଠ ପଞ୍ଚାୟତକୁ ୫ଲ କ୍ଷ ଟଙ୍କା ଲୋଖାଏଁ ପୁରସ୍କାର ରାଶି ଆସନ୍ତା ୨୬ ରେ ଜିଲ୍ଲା ସ୍ତରରେ ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ,ସାଂସଦ,ବିଧାୟକ,ଉନ୍ନୟନ କମିଶନର, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.