Below header

ଦେଶରେ କୃଷି ନୀତି ପାଇଁ ବତୀଘର ହେବ କାଳିଆ ଯୋଜନା, ପ୍ରଶଂସା କଲେ ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଗୁଲାଟି

ଭୁବନେଶ୍ବର : ୨୦୦୪ ରୁ ୨୦୧୧ । ସାରା ଦେଶରେ ଓଡ଼ିଶାରେ ସବୁଠୁ ଅଧିକ କମିଛି ଗରିବୀ । କୃଷି ଓଡ଼ିଶାରେ ଯୋଗଦେଇ ବିଶିଷ୍ଟ ଅର୍ଥନୈତିଜ୍ଞ ଅଶୋକ ଗୁଲାଟି ରାଜ୍ୟ ସରକାରଙ୍କ ତିନିଟି ସଫଳତା ଉପରେ ଆଲୋକପାତ କରିଥିଲେ । ଗରିବୀ ହ୍ରାସ ପରି ଚାଷୀଙ୍କର ଆୟ ବୃଦ୍ଧିରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ । ୨୦୦୨ରୁ ୨୦୧୫-୧୬ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ସର୍ବାଧିକ ବାର୍ଷିକ ୮.୭ ପ୍ରତିଶତ ହାରରେ ଆୟ ବୃଦ୍ଧି ହୋଇଛି । ଏହା ସହ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଲାଗୁ କରିଥିବା କାଳିଆ କାଳିଆକୁ ପ୍ରଶଂସା ପରେ ପ୍ରଶଂସା। ପ୍ରଥମେ ପଞ୍ଚଦଶ ଅର୍ଥ କମିଶନ। ଏବେ ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି କାଳିଆ ଯୋଜନାର ଢେର ପ୍ରଶଂସା କରିଛନ୍ତି । ଗୁଲାଟି କହିଛନ୍ତି, କାଳିଆ ଯୋଜନା ସାରା ଦେଶର ଚାଷୀଙ୍କ ପାଇଁ ବତୀଘର ହେବ। ସେହିପରି କମିଶନ ଫର ଏଗ୍ରିକଲଚରାଲ କଷ୍ଟସ ଆଣ୍ଡ ପ୍ରାଇସେସ-ସିଏସିପିର ଅଧ୍ୟକ୍ଷ ବିଜୟ ପଲ ଶର୍ମା କାଳିଆ ଯୋଜନାର ଭୂୟସୀ ପ୍ରଶଂସା କରିଛନ୍ତି।

ଯୋଜନାକୁ ଢେର ପ୍ରଶଂସା କରିଛନ୍ତି କୃଷି ବିଶେଷଜ୍ଞ ଗୁଲାଟି । କାଳିଆ ଯୋଜନା ସାରା ଦେଶ ପାଇଁ ଲାଇଟ ହାଉସ ଭାବେ କାମ କରିବ ବୋଲି କହିଛନ୍ତି । ସେପଟେ ଏମଏସପି ନିର୍ଦ୍ଧାରଣ କରୁଥିବା ସିଏସିପି କମିଟିର ଅଧ୍ୟକ୍ଷ ବିଜୟ ପଲ ଶର୍ମା ମଧ୍ୟ କାଳିଆ ଯୋଜନାର ଢେର ପ୍ରଶଂସା କରିଛନ୍ତି। କହିଛନ୍ତି, ଏ ଯୋଜନାରେ କେହି ବାଦ୍‌ ପଡ଼ିବେନି । କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଲାଭବାନ ହେବେ ।

ଓଡ଼ିଶାର କାଳିଆ ଯୋଜନାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା। କେନ୍ଦ୍ର ସରକାର ମଧ୍ୟ ଏକ ଅନୁରୂପ ଯୋଜନା ଆଣିବା ଲକ୍ଷ୍ୟରେ ରହିଛନ୍ତି ବୋଲି କୁହାଯାଉଛି।

ଅନ୍ୟପଟେ ବରମୁଣ୍ଡା ପଡିଆରେ ଆରମ୍ଭ ହେଲା କୃଷି ଓଡ଼ିଶା ଉତ୍ସବ । ଫୋକସରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ କାଳିଆ ଯୋଜନା । କ୍ଷୁଦ୍ର ଚାଷୀ ଠାରୁ ଆରମ୍ଭ କରି ଭାଗଚାଷୀ, ଭୂମିହୀନ ଯାଏଁ ସମସ୍ତେ ଏଥିରେ ଉପକୃତ ହେବେ । ରବି ଓ ଖରିଫ ଋତୁରେ ଚାଷ ପାଇଁ ସହାୟତା ଦିଆଯିବ । ବିନା ସୁଧରେ ଋଣ, ବୀମା ସୁବିଧା ରହିଛି । କାଳିଆ ଯୋଜନାର ପ୍ରଥମ ପର‌୍ୟ୍ୟାୟ ପଞ୍ଜିକରଣ ଶେଷ ହୋଇଛି । ଦ୍ୱିତୀୟ ପର‌୍ୟ୍ୟାୟ ପଞ୍ଜିକରଣ ଆସନ୍ତା ୨୫ରୁ ଫେବ୍ରୁଆରୀ ୫ ତାରିଖ ଯାଏ ଚାଲିବ । କୃଷି ଓଡ଼ିିଶାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କାଳିଆ ଯୋଜନା ଦ୍ୱାରା ଚାଷୀଙ୍କର ରୋଜଗାର ବଢ଼ିଲେ ସେ ଖୁସି ହେବେ ।

କୃଷି ଓଡିଶା ୫ ଦିନ ଧରି ଚାଲିବ। ଏଥିରେ ଖୋଲିଛି ୧୮୦ଟି ଷ୍ଟଲ । ଆଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷି ଯନ୍ତ୍ରପାତି ବିଭିନ୍ନ କମ୍ପାନୀ, କର୍ପୋରେଟଙ୍କ ପକ୍ଷରୁ ପ୍ରଦର୍ଶନ କରାଯାଉଛି। କମ୍‌ ପାଣି ବ୍ୟବହାର କରି କିପରି ଉତ୍ପାଦନକୁ ବଢ଼ାଇ ହେବ ତା ଉପରେ ଦିଆଯାଉଛି ଗୁରୁତ୍ୱ । ଜୈବିକ କୃଷିକୁ ମଧ୍ୟ ଫୋକସ କରାଯାଉଛି । ଏହାସହ କୃଷି ପାଠଶାଳାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞଙ୍କ ସହ ଚାଷୀମାନେ ମତ ବିନିମୟ କରୁଛନ୍ତି । ଏହି ଅବସରରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.