Below header

ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ବାସ, ମୃତ ପିଲାକୁ ଜୀବତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର

ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ। ମୃତ ପିଲାକୁ ଜୀବତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଜଳେଶ୍ବର (କେନ୍ୟୁଜ): ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ। ମୃତ ପିଲାକୁ ଜୀବତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ ଝାଡପିମ୍ପଳ ଗ୍ରାମର ତ୍ରୀପାନ ଦଣ୍ତପାଟଙ୍କ ୧୪ବର୍ଷର ନାବାଳକ ପୁଅ ଗତକାଲି ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା । ମାତ୍ର ଗୋଧୋଇବା ପରେ ସେ ଘରକୁ ଫେରି ନଥିଲା। ତାଙ୍କ ଭାଇ ଖୋଜାଖୋଜି କରିବା ପରେ ପୋଖରୀରେ ଭାସୁଥିବାର ଦେଖି ପାଟି କରିବାରୁ ଗ୍ରାମବାସୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଖରୀର ମାଲିକ ସେଠାରେ ବିଦ୍ଯୁତ ସଂଯୋଗ କରିଥିବାରୁ ବିଦ୍ଯୁତ ସଂସ୍ପର୍ଶରେ ଆସି ନାବାଳକର ମୃତ୍ଯୁ ହୋଇଥିବା ଜଣା ପଡିବା ପରେ ଉଡ୍ଯକ୍ତ ଲୋକେ କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ତେବେ ଏହି ସମୟରେ ଗାଁ ଜଣେ ବ୍ଯକ୍ତି ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମୃତ ପୁଅ ବଞ୍ଚିଯିବ ବୋଲି କହିବା ପରେ ପରିବାର ଲୋକେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ତେବେ ପୂଜାର୍ଚ୍ଚନା ପରେ ମୃତ ପୁଅ ଜୀବିତ ନହେବାରୁ ପୁଣି ପରିବାର ଲୋକେ ଜଳେଶ୍ବର ଜିକେ ଭଟ୍ଟର ହସପିଟାଲକୁ ନେଇ ଥିଲେ। ସେଠାରେ ମଧ୍ଯ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହା ଫଳରେ ମୃତ ପୁଅକୁ ଧରି ପରିବାର ଲୋକେ ନିରାଶ ହୋଇ ଘରକୁ ଫେରିଥିଲେ। ତେବେ ଆଜିର ବିଜ୍ଞାନ ଯୁଗ ରେ ମୃତ ପିଲାର ଜୀବନ ବଞ୍ଚାଇବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.