ଗିରଫ ହେଲେ ଯୋଗାଣ ବିଭାଗ କର୍ମଚାରୀ ଜନାର୍ଦ୍ଦନ ପଲାଇ, ଆୟ ଠାରୁ ଠୁଳ କରିଛନ୍ତି ୨୨୬ ପ୍ରତିଶତ ସମ୍ପତ୍ତି

କଟକ(କେନ୍ୟୁଜ୍):ଗିରଫ ହେଲେ ଯୋଗାଣ ବିଭାଗ କର୍ମଚାରୀ ଜନାର୍ଦ୍ଦନ ପଲାଇ। ନିଜ ଆୟ ଠାରୁ ୨୨୬ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ରଖିଛନ୍ତି ଜନାର୍ଦ୍ଦନ। ଜନାର୍ଦ୍ଦନଙ୍କର ରହିଛି ୧୨ଟି ପ୍ଲଟ। ବାଲେଶ୍ଵରର ଜଳେଶ୍ବର ଓ ଗଞ୍ଜାମ ଛତ୍ରପୁରରେ ରହିଛି ଏ ସମସ୍ତ ପ୍ଲଟ। ଜଳେଶ୍ବରରେ ୫୬ ଡେଶିମିଲ ଜମି ସହ ୩୩୦୦ ଵର୍ଗଫୁଟର ରହିଛି ଘର।

ଜାତୀୟ ରାଜପଥ ୬୦ କଡ଼ରେ ୨୮୦୦ ବର୍ଗଫୁଟର ରହିଛି ହୋଟେଲ ଚନ୍ଦନ। ୫୫ ଲକ୍ଷ ୧୫ ହଜାର ଟଙ୍କାର ବ୍ୟାଙ୍କ ଜମା ଓ ଇନ୍ସୁରାନ୍ସ ଜମା। ୨୨୦ ଗ୍ରାମ ସୁନା ଅଳଙ୍କାର ଓ ୨୫୦ ରୂପା ଅଳଙ୍କାର ଥିବା ଜଣାପଡିଛି। ଆୟ ବର୍ହିଭୁତ ସମ୍ପତ୍ତି ଦେଖିବା ପରେ ଗିରଫ କଲା ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.