Below header

୨୬ ସପ୍ତାହର ଗର୍ଭକୁ ନଷ୍ଟ କରିବା ଆବେଦନକୁ ସୁପ୍ରିମ କୋର୍ଟଙ୍କ ଖାରଜ

ନିଜର ୨୬ ସପ୍ତାହର ଗର୍ଭକୁ ନଷ୍ଟ କରିବାକୁ ଅନୁମତି ଦେବାକୁ ଜଣେ ବିବାହିତ ମହିଳା ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ଜନ୍ମ ନେଇନଥିବା ଶିଶୁର ଅଧିକାରକୁ ସମ୍ମାନ ଦେବା ସହ ତାର ହୃଦସ୍ପନ୍ଦନକୁ ବନ୍ଦ କରିପାରିବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମ କୋର୍ଟ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।

କେନ୍ୟୁଜ୍(ବ୍ୟୁରୋ): ୨୬ ସପ୍ତାହର ଗର୍ଭକୁ ନଷ୍ଟ କରିବା ନେଇ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଖାରଜ। ଆମେ ହୃଦୟର ସ୍ପନ୍ଦନକୁ ରୋକିପାରିବୁନି ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନିଜର ୨୬ ସପ୍ତାହର ଗର୍ଭକୁ ନଷ୍ଟ କରିବାକୁ ଅନୁମତି ଦେବାକୁ ଜଣେ ବିବାହିତ ମହିଳା ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ଜନ୍ମ ନେଇନଥିବା ଶିଶୁର ଅଧିକାରକୁ ସମ୍ମାନ ଦେବା ସହ ତାର ହୃଦସ୍ପନ୍ଦନକୁ ବନ୍ଦ କରିପାରିବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମ କୋର୍ଟ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼।

ଗର୍ଭସ୍ଥ ଭ୍ରୁଣ ଠାରେ କୌଣସି ଅସ୍ବାଭାବିକତା ରହିନଥିବା ଏମ୍ ସର ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ହୋଇଛି। ଏଭଳି ଗର୍ଭ ନଷ୍ଟ ପାଇଁ ଅନୁମତି ଦେବା ଏମଟିପି ଅଧିନିୟମର ଧାରା ୩ ଓ ୫ର ଉଲ୍ଲଙ୍ଘନ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମ କୋର୍ଟ। ଶେଷ ଶୁଣାଣିରେ କୋର୍ଟଙ୍କ ନିର୍ଦ୍ଦେଶ ମାଧ୍ୟମରେ ଭ୍ରୁଣ ହତ୍ୟା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲେ ଆବେଦନକାରୀ ମହିଳା। ଦୁଇଟି ସନ୍ତାନର ମାଆ ହୋଇଥିବାରୁ ସେ ଅବସାଦରେ ଗତି କରୁଥିବା ସହ ତୃତୀୟ ଶିଶୁର ପାଳନପୋଷଣ ପାଇଁ ସେ ଆର୍ଥିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ନୁହନ୍ତି ବୋଲି ଆବେଦନରେ ଦର୍ଶାଇଥିଲେ ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.