ବାବର ଆଜମ ଆଉଟ ହେବା ପରେ ରାଗରେ ଟିଭି ଭାଙ୍ଗିଦେଲେ କୁନି ଫ୍ୟାନ୍‌, ଭିଡିଓ ଭାଇରଲ

ଭାରତ ପାକିସ୍ତାନ ମ୍ୟାଚ୍‌ ସମୟର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ କୁନି ଫ୍ୟାନ୍‌ ଭାରତ-ପାକିସ୍ତାନ ମ୍ୟାଚରେ ବାବର ଆଜମ ଆଉଟ ହେବା ପରେ ଟିଭିକୁ ଭାଙ୍ଗି ଦେଉଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି ।

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଫ୍ୟାନ୍ସ କ୍ରେଜ ସବୁବେଳେ ରହିଥାଏ । କ୍ରିକେଟ ଦୁନିଆରେ ଏହି ଦୁଇଟି ଟିମର ମ୍ୟାଚ୍‌ ଦେଖିବାକୁ ଫ୍ୟାନ୍ସ ସବୁବେଳେ ଉତ୍ସାହିତ ରହିଥାନ୍ତି । ଆଉ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚର ଅଲଗା କ୍ରେଜ ରହିଥାଏ । ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚରେ ଭାରତ ୭ ଓ୍ଵିକେଟରେ ମ୍ୟାଚ ଜିତିବା ପରେ ପାକିସ୍ତାନୀଙ୍କ ଅବସ୍ଥା ନ କହିଲେ ଚଳେ । ପାକିସ୍ତାନୀ ଫ୍ୟାନ୍ସ ସବୁବେଳେ ଟିଭି ଉପରେ ରାଗ ସାରନ୍ତି । ଆଉ ଯାହାର ଭିଡିଓ ଦେଖିବାକୁ ମିଳିଛି ।

ବିଶ୍ୱକପ ୨୦୨୩ରେ ଶନିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ପାକିସ୍ତାନ ଟିମର ଓ୍ଵିକେଟ ୧୫୦ ରନରେ ୨ଟି ଯାଇଥିଲା । କିନ୍ତୁ ଅଧିନାୟକ ବାବର ଆଜମ ଆଉଟ ହେବା ପରେ ଟିମ୍‌ ମାତ୍ର ୫୦ ରନରେ ସମସ୍ତ ଓ୍ଵିକେଟ ହରାଇଥିଲା । ପାକିସ୍ତାନ ଟିମ୍‌ ୧୯୧ ରନ କରି ଅଲଆଉଟ ହେବା ପରେ ଭାରତ ମାତ୍ର ୩ ଓ୍ଵିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ।

ଭିଡିଓରେ ଦେଖିବାକୁ ମିଳିଛି କି, ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଆଉଟ ହେବା ପରେ ରାଗରେ ଜଣେ କୁନି ଫ୍ୟାନ୍‌ ଘରର ଟିଭି ଭାଙ୍ଗି ଦେଇଛନ୍ତି । ଘରେ ବସି ସମସ୍ତଙ୍କ ସହିତ ଟିଭି ଦେଖୁଥିବା ବେଳେ ବାବର ଆଜମ ଆଉଟ ହେବା ପରେ ଫ୍ୟାନ୍‌ ଜଣକ ଟିଭିକୁ କିଛି ମାରି ଭାଙ୍ଗି ଦେଉଛନ୍ତି ।

ଏବେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ପାକିସ୍ତାନୀ ପରିବାର ଭାରତ-ପାକ୍‌ ମ୍ୟାଚ ଦେଖୁଥିବା ବେଳେ ପିଲାଟି ବାବର ଆଜମ ଆଉଟ ହେବା ପରେ କିପରି ଟିଭି ଭାଙ୍ଗୁଛି ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.