ଗାଜାର ହସ୍ପିଟାଲଗୁଡ଼ିକରେ ବଳକା ରହିଛି ମାତ୍ର ୨୪ ଘଣ୍ଟାର ଇନ୍ଧନ, ହଜାର ହଜାର ରୋଗୀଙ୍କ ଜୀବନ ପ୍ରତି ବିପଦ

ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ଆତଙ୍କୀ ସଙ୍ଗଠନ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିିଛି। ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ରେ ଜୋର୍‌ଦାର ଆକ୍ରମଣ ଜାରି ରଖିଛି। ଗାଜାର ଅନେକ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ଧୂଳିସାତ୍‌ ହୋଇଯାଇଛି।

ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ଆତଙ୍କୀ ସଙ୍ଗଠନ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିିଛି। ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ରେ ଜୋର୍‌ଦାର ଆକ୍ରମଣ ଜାରି ରଖିଛି। ଗାଜାର ଅନେକ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ଧୂଳିସାତ୍‌ ହୋଇଯାଇଛି। ଏହାରି ଭିତରେ ଖବର ଆସିଛି ଯେ ଗାଜାର ହସ୍ପିଟାଲଗୁଡ଼ିକରେ ମାତ୍ର ଗୋଟିଏ ଦିନର ଇନ୍ଧନ ବଳକା ରହିଛି। ଯଦି ଏପରି ସ୍ଥିତି ଲାଗିରୁହେ, ତା’ ହେଲେ ଏଠାରେ ଭର୍ତ୍ତି ହୋଇଥିବା ହଜାର ହଜାର ସଂଖ୍ୟକ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ।

ମିଳିତ ଜାତିସଂଘ ଅନୁସାରେ, ଆଗାମୀ ୨୪ ଘଣ୍ଟା ଭିତରେ ଗାଜାର ହସ୍ପିଟାଲଗୁଡ଼ିକରେ ଜେନେରେଟର ଇନ୍ଧନ ସରିଯିବାର ଆଶଙ୍କା ରହିଛି, ଯଦ୍ଦ୍ଵାରା ହଜାର ହଜାର ରୋଗୀଙ୍କ ଜୀବନ ବିପଦମୁଖକୁ ଠେଲି ହୋଇଯିବ। ହମାସ୍‌ର ଆକ୍ରମଣ ପରେ ଇସ୍ରାଏଲ୍‌ ତରଫରୁ ୪୦ କିଲେମିଟର ଲମ୍ବା ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି। ଏହି କାରଣରୁ ଇନ୍ଧନର ଅଭାବ ହେତୁ ଗାଜାର ଏକମାତ୍ର ପାଓ୍ଵାର ପ୍ଲାଣ୍ଟ୍‌ ବନ୍ଦ ହୋଇଯାଇଛି।

ଇସ୍ରାଏଲ୍‌ର ସେନା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗାଜାରେ ଚିକିତ୍ସକମାନଙ୍କୁ ଅନୁରୋଧ କରିଛି ଯେ ଯଦି ହସ୍ପିଟାଲଗୁଡ଼ିକରେ ଇନ୍ଧନ, ଔଷଧ ଏବଂ ମୌଳିକ ଆବଶ୍ୟକତା ସରିଯାଇଛି, ତା’ ହେଲେ ହଜାର ହଜାର ରୋଗୀଙ୍କର ମୃତ୍ୟୁ ହୋଇପାରେ। ସେପଟେ ନାଗରିକମାନଙ୍କୁ ଭୋଜନ, ପାଣି ଏବଂ ସୁରକ୍ଷିତ ସ୍ଥାନ ସନ୍ଧାନରେ ସଂଘର୍ଷ କରିବାକୁ ପଡ଼ୁଛି। କହି ରଖୁଛୁ, ଗତ ସପ୍ତାହରେ ହମାସ୍‌ର ଆକ୍ରମଣ ପରେ ଇସ୍ରାଏଲ୍‌ ପୂରା ଗାଜା ଅଞ୍ଚଳକୁ ଘେରି ରହିଛି। ଉତ୍ତର ଅଞ୍ଚଳଗୁଡ଼ିକୁ ଖାଲି କରି ପାଲେଷ୍ଟାଇନ୍‌ମାନଙ୍କୁ ଦକ୍ଷିଣ ଆଡ଼କୁ ଯିବାକୁ ଆଦେଶ ଦେଇଛି ଇସ୍ରାଏଲ୍‌ ସେନା।

Leave A Reply

Your email address will not be published.