ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି , ୪ସପ୍ତାହ ମଧ୍ୟରେ ସବୁ ପକ୍ଷକୁ କପି ଦେବାକୁ ନିର୍ଦ୍ଦେଶ

ଦିଲ୍ଲୀ(କେନ୍ୟୁଜ୍) : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସମ୍ପର୍କିତ ମାମଲାର ଶୁଣାଣି। କୋର୍ଟଙ୍କୁ ରିପୋର୍ଟ ଦେଲେ ଆମିକସ କ୍ୟୁରି ରଞ୍ଜିତ କୁମାର। ସମସ୍ତ ଅନ୍ତରୀଣ ଆବେଦନକୁ ଗ୍ରହଣ କଲେ କୋର୍ଟ। ମତାମତ ପାଇଁ ୪ସପ୍ତାହ ମଧ୍ୟରେ ସବୁ ପକ୍ଷକୁ କପି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ଏକେ ସିକ୍ରି, ଜଷ୍ଟିସ ଏସ ଅବଦୁଲ ନଜିର ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ମାମଲାରେ ପକ୍ଷଭୁକ୍ତ ହେବାକୁ ଶଙ୍କରାଚାର୍ୟ୍ୟଙ୍କ ଆବେଦନ କରିଛନ୍ତି। ଏପ୍ରିଲ ୨ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଆସନ୍ତାକାଲି ଏକେ ସିକ୍ରି ଅବସର ନେଉଛନ୍ତି।