ବାଲେଶ୍ୱର : ଜାଗର ଜାଳିବାକୁ ମନ୍ଦିର ଯାଉଥିବାବେଳେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ , ୨ ଯୁବକ ଅଟକ

ବାଲେଶ୍ୱର(କେନ୍ୟୁଜ୍) : ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ଘଟିଛି ଏହି ଅଘଟଣ। ୨ ଜଣଙ୍କୁ ଅଟକ ରଖିଛି ପୋଲିସ। ମହିଳା ଜଣକ ଗତକାଲି ଜାଗର ଜାଳିବାକୁ ମନ୍ଦିର ଯାଇଥିଲେ । ଏହି ସମୟରେ ୨ଜଣ ଯୁବକ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୨ ଅଭିଯୁକ୍ତ ହେଲେ ଅଶୋକ ଦାସ ଓ ମନୋଜ ଗିରି ।