ଉନ୍ନୟନ କମିଶନର ଭାବେ ସୁରେଶ ମହାପାତ୍ର ଓ ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା

ଭୁବନେଶ୍ବର(କେନ୍ୟୁଜ୍): ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ସୁରେଶ ମହାପାତ୍ର। ସବୁ ଅଞ୍ଚଳର ବିକାଶ କିପରି ହୋଇପାରିବ ଓ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଉନ୍ନୟନ କମିଶନର ସହ ସେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ। ଶ୍ରୀମନ୍ଦିର ବିକାଶ ଉପରେ ଆସୁଥିବା ପ୍ରସ୍ତାବଗୁଡ଼ିକର ସଠିକ୍ କାର୍ଯ୍ୟକାରିତା, ମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଜଷ୍ଟିସ୍ ବି. ପି. ଦାସ କମିଶନ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ସୁରେଶ ମହାପାତ୍ର। ସେହିପରି ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା। ଦାୟିତ୍ୱ ନେବା ପରେ ସଞ୍ଜୀବ ଚୋପ୍ରା ପ୍ରତିକ୍ରିୟା ରଖି କହିଛନ୍ତି, କମ୍ୟୁନିଟି ପୋଲିସିଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ଶାନ୍ତି ଶୃଙ୍ଖଳା ରହିଛି। ଆଗକୁ ଏହାକୁ ବଜାୟ ରଖିବେ ବୋଲି ସଞ୍ଜୟ ଚୋପ୍ରା କହିଛନ୍ତି।