ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିବା ଜଗନ୍ନାଥ ମିଶ୍ରାଙ୍କ ନିଧନ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ପାଟନା : ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଡା. ଜଗନ୍ନାଥ ମିଶ୍ରାଙ୍କ ନିଧନ ହୋଇଛି। ଲମ୍ବା ସମୟ ଧରି ସେ ଅସୁସ୍ଥ ଥିଲେ। ଚିକିତ୍ସିତ ଅବସ୍ଥାରେ ଦିଲ୍ଲୀର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନିତିଶ୍ କୁମାରଙ୍କ ବ୍ୟତୀତ ଆହୁରି ଅନେକ ବଡ ବଡ ରାଜନୀତିଜ୍ଞ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜଗନ୍ନାଥ ମିଶ୍ରାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନରେ ହେବ। ବିହାରରେ ତିନି ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି।

ଡା. ମିଶ୍ରା ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ। ସେ ପ୍ରଫେସର ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ବିହାର ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ରର ପ୍ରଫେସର ହୋଇଥିଲେ। ତାଙ୍କର ରାଜନୀତିରେ ରୂଚି ପିଲାବେଳରୁ ହିଁ ଥିଲା। ସେ ୧୯୭୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.